ରାଇକିଆ ରେ ବିଜେଡି ର ସାଂଗଠନିକ ବୈଠକ

0
239

ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡ଼ି । ଶନିବାର କତକନ୍ଦି ପଡିଆ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଜେଡି ଜିଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର ଯୋଗ ଦେଇ ନିର୍ବାଚନ ସଫଳତା ପାଇଁ ରଣ କୌଶଳ ପ୍ରସ୍ତୁତ କରିବା ସହ ରାଇକିଆ ବ୍ଲକ ରେ ବିଜେଡି ଯେପରି ଉଭୟ ୧୭ ଓ ୧୮ ନଂ ଜୋନରେ ଜିଲାପରିଷଦ ଆସନ ହାତେଇବ ସେ ନେଇ ଦଳୀୟ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ । ଏହି ଅବସର ରେ ରାଇକିଆ ବ୍ଲକ୍ ର ବରିଷ୍ଠ ରାଜନୈତିକ କର୍ମୀ ବିଜୟ ପଣ୍ଡା, ଲକ୍ଷ୍ମଣ ଦଳ ବେହେରା, ଗୁରୁଦେବ ନାୟକ ଙ୍କ ସମେତ ପୁରୁଖା ନେତା ମାନେ ବିଜେଡ଼ି ରେ ଯୋଗଦାନ କରିଥିଲେ । ଏଥିସହ ନିର୍ଦ୍ଵନ୍ଦରେ ବିଜୟ ଲାଭ କରିଥିବା କିଛି ୱାର୍ଡ ମେମ୍ବର ମଧ୍ୟ ବିଜେଡ଼ିରେ ଯୋଗ ଦାନ କରିବା ସହ ପଂଚାୟତ ନିର୍ବାଚନ ରେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବା ପାଇଁ ପ୍ରତିଶ୍ରୁିବଦ୍ଧ ବୋଲି କହିଥିଲେ । କାର୍ଯ୍ୟକ୍ରମ ରେ ଜିଲା ବିଜେଡି ସଂଖ୍ୟା ଲଘୁସେଲ୍ ସଭାପତି ଜୟାନନ୍ଦ ନାୟକ, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ସଞ୍ଜୀବ ପାଣିଗ୍ରାହୀ, ବ୍ଲକ୍ ସଭାପତି ରାଜ ମୋହନ ଦିଗାଲ, ବ୍ଲକ୍ ମହିଳା ସଭାନେତ୍ରୀ ଶୀତଲ ନାୟକ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଦିପ ପ୍ରଧାନ ଙ୍କ ସମେତ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here