ପୃଥକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର

0
229

ଭଞ୍ଜନଗର : ଭଞ୍ଜନଗର – ବ୍ରହ୍ମପୁର ରାସ୍ତାର ଖଇରପୁଟି ନିକଟରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆସ୍କା ଅଞ୍ଚଳର ଅସିତ ନାୟକ। ବୁଧବାର ସନ୍ଧ୍ୟାରେ ସେ ଭଞ୍ଜନଗର ରୁ ଆସ୍କା ଅଭିମୁଖେ ଯାଉଥିବା ବେଳେ ଖଇରପୁଟି ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରିଛି। ସେହିପରି ଗୁରୁବାର ଭଞ୍ଜନଗର ଥାନା ଗୁଜୁରାଳି ଗ୍ରାମ ଛକ ଠାରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି। ଶୋରିଷମୂଳି ଗ୍ରାମର ଭଗବାନ ମଳିକଙ୍କ ପତ୍ନୀ କୁନି ମଳିକ(୩୫) ଦେହ ଅସୁସ୍ଥ ଥିବାରୁ ଗୁଜୁରାଳି ଏକ ଅଟୋରେ ଘରୋଇ କ୍ଳିନିକ୍ କୁ ଆସୁଥିଲେ ସେ ଗୁଜୁରାଳି ଛକ ଠରେ ଅଟୋରୁ ଓହ୍ଲାଇବା ସମୟରେ ବିପରୀତ ଦିଗରୁ ଏକ ପିକଅପ୍ ଭ୍ୟାନ ଆସି ଧକ୍କା ଦେଇଥିଲା। ଏହାପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ୍ ସହାୟତାରେ ମେଡିକାଲ୍ ରେ ଭର୍ତ୍ତି କରିଥିଲେ ।ସେଠାରେ କୁନିଙ୍କୁ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here