ଗାଲେରୀ କଲେଜ ରେ ନୂତନ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ

0
224

ଭଞ୍ଜନଗର: ଭଞ୍ଜନଗର ବ୍ଲକ ସ୍ଥିତ ଗାଲେରୀ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟ ରେ ଗୁରୁବାର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭା କାର୍ଯ୍ୟରେ କଲେଜ ଅଧକ୍ଷ ସୁଶାନ୍ତ କୁମାର ନାୟକ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଗାଲେରୀ ଷ୍ଟେଟ ବ୍ୟାଙ୍କ ର ପରିଚାଳକ ବିପଦଭଞ୍ଜଙ୍କ ପଣ୍ଡା ଓ ମୁଖ୍ୟବକ୍ତା ରୂପେ ଗାଲେରୀ ଯୁକ୍ତ ଦୁଇ ଅଧକ୍ଷ ସିମାଞ୍ଚଳ ମହାପାତ୍ର ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ରଙ୍କନିଧି ପ୍ରଧାନ, ଦିବ୍ୟଲୋଚନ ବିଶ୍ୱାଳ, ଶିତେଷ ଦାସ, ଦୁର୍ଗା ମାଧବ ଦାସ, ଓ ବିରୁପାକ୍ଷ ମଂଚାସୀନ ହୋଇଥିଲେ । ଅନ୍ତିମ ବର୍ଷ ଛାତ୍ରୀ ସୋନାଲି ବେହେରା ଓ ପାୟଲ ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅଧ୍ୟାପକ ଦୁର୍ଗାମାଧବ ଦାଶ ବେଦମନ୍ତ୍ର ଗାନ କରିଥିଲେ । ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜିର ଯୁବ ସମାଜ ର ଗତିବିଧି କୁ ଲକ୍ଷ କରି ଅତିଥି ମାନେ ଚରିତ୍ର ଗଠନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଅନେକ ଉପଦେଶ ପ୍ରଦାନ କରିଥିଲେ । ଏଥିରେ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା -ଅନ୍ୟ କେଉଁଉଠି ଗୋଲାପ କି ପୁଷ୍ପ ଗୁଚ୍ଛ ଦେଇ ପିଲାଙ୍କୁ ସ୍ୱାଗତ କଲାବେଳେ ଏହି ମହାବିଦ୍ୟାଳୟ ରେ ଶ୍ରୀମଦ ଭାଗବତ ଗୀତ ପ୍ରଦାନ କରି ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ସାଂସ୍କୃତିକ ସମ୍ପାଦକ ଦୁର୍ଗାମାଧବ ଦାସ ସଂଯୋଜନା କରିଥିଲେ । ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ନିଜ ନିଜର ପରିଚୟ ଦେବା ସହ ଛାତ୍ରୀ ରାଜେଶ୍ୱରୀ ଗୌଡ଼ ଧନ୍ୟବାଦ ପ୍ରଦାନ କରିଥିଲେ । ବଙ୍ଗାଳି ସେଠି, ହେମନ୍ତ ମହାରଣା, ବିକାଶ ଦାସ ଓ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here