ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ।

0
247

ବୁଗୁଡା : ବୁଗୁଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଙ୍କ ଦ୍ଵାରା ଡିସେମ୍ବର ୨୩ ତାରିଖ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ସାହୁ ଡେହୁକା ଗ୍ରାମର କୋଠ ଗୃହ ଓ ବାତ୍ୟା ଆଶ୍ରୟ ସ୍ଥଳୀ ଉଦଘାଟନ କରିଥିବା ବେଳେ ଡେହୁକା ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦଶୀପୁର ଗ୍ରାମର କୋଠ ଗୃହକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିବା ବେଳେ ସେହି ଗ୍ରାମର କଲ୍ୟାଣ ମଣ୍ଡପ ଓ ହନୁମାନ ମୂର୍ତ୍ତି ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି କଳମ୍ବ ଓ ଡେଙ୍ଗାପଦର ଦୁଇ ଗ୍ରାମର ଠାକୁରାଣୀ ମନ୍ଦିର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ବିଧାୟକ ଶ୍ରୀ ସାହୁ ଘୋଡାପଡା ଗ୍ରାମର ନୂତନ ଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡି କେନ୍ଦ୍ର ଗୃହ ଓ କାଦପଡା ଗୋଷ୍ଠୀ କେନ୍ଦ୍ର ଗୃହକୁ ଉଦଘାଟନ କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ଏକ ହଜାର ପ୍ରଦାନ କାର୍ଯ୍ୟକ୍ରମକୁ ମଧ୍ୟ ବିଧାୟକ ଶୁଭାରମ୍ଭ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ସମାଜସେବୀ କାହ୍ନୁ ଚରଣ ଗୌଡ଼ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here