ଗଜପତି ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଚମ୍ପଟ

0
272

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଏବଂ ଅଡବା ଥାନା ଅଧୀନରେ ଥିବା ନାରିଙ୍ଗି ଗ୍ରାମ। ଛକ ନିକଟରୁ ପେଟ୍ରୋଲିଂସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି । ଏହି ଅବସରରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନାରିଙ୍ଗି ଗ୍ରାମ ଛକ ନିକଟରେ ଏକ ମହିନ୍ଦ୍ରା ଭିରିଟୋ କାର ଦ୍ରୁତଗତିରେ ଯାଉଥିବା ସମୟରେ ସେହି ଗାଡ଼ିକୁ ଦେଖି ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୧୭୧ କେଜି ୫୦୦ ଗଞ୍ଜେଇ ଜବତ କରାଯାଇଛି ଓ ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ମୋହନା ଥାନାରେ ୨୨୩/୨୧ ଏକ ମାମଲା ରୁଜୁ ହୋଇଥିବା ବେଳେ କାର ଡ୍ରାଇଭର କାରଟିକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବାର ସୂଚନା ମିଳିଛି ଅପରପକ୍ଷରେ ଅଡବା ପୋଲିସ ପକ୍ଷରୁ ଓଡି ୧୦ଡି ୪୪୯୯ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ୨୭୭ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଚାଳକ ଫିଲିପ ରଇତ (୩୪)କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅଞ୍ଚଳରୁ ବ୍ରହ୍ମପୁର ଅଞ୍ଚଳକୁ ଚାଲାଣ ହେଉଥିବାର ସୂଚନା ମିଳିଛି । ଏହି ବିଷୟରେ ଅଡବା ଥାନାରେ ୧୨୫/୨୧ନମ୍ବରରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ରଙ୍କଠାରୁ ସୂଚନା ମିଳିଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here