ଉଦ୍ଭିଦ ବିଜ୍ଞାନ ବିଭାଗ ନୂତନ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ

0
225

ଭଞ୍ଜନଗର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଗୁରୁବାର ଯୁକ୍ତ ତିନି ପ୍ରଥମ ଓ ଦ୍ଵିତୀୟ ବର୍ଷ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଛି।ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ କରୋନା କଟକଣା ସକାଶେ ଗତବର୍ଷ ସ୍ୱାଗତ କରାଯାଇ ପାରି ନଥିଲା।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼. ସୁବାଷ ଚନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ରୂପେ ଅର୍ଥନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ଼.ରବୀନ୍ଦ୍ର ନାଥ ପାଳ,ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡ଼. ପୀତବାସ ପାଳ,ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ବି.ବି ପାଣିଗ୍ରାହୀ,ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ସୁନିତା ଖଣ୍ଡୁଆଳ,ଅଧ୍ୟାପକ ରଜତ ମିଶ୍ର,ପ୍ରତ୍ୟୁଷ କାର୍ଜି ଓ ଅଧ୍ୟାପିକା ସବିତା ବାରିକ ମଞ୍ଚରେ ଉପସ୍ଥିତ ଥିଲେ।କଲେଜ ଅଧ୍ୟକ୍ଷ ଡ଼.ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ।ପାଠ ପଢାକୁ ଗୁରୁତ୍ୱ ଦେବା ସହ କଠିନ ପରିଶ୍ରମ କଲେ ହିଁ ଭଲ ଫଳ ମିଳିଥାଏ।ଟିଉସନ ଉପରେ ନିର୍ଭର ନକରି କଲେଜରେ ଅଧ୍ୟାପକଙ୍କ କଥାକୁ ମନଦେଇ ଶୁଣିବା ଓ ସବୁ ଶ୍ରେଣୀରେ ଉପସ୍ଥିତ ରହିଲେ ନିଶ୍ଚୟ ସମସ୍ତେ ଭଲ ନମ୍ବର ରଖି ନିଜର ଓ ଏହି କଲେଜର ନାମ ରଖିପାରିବେ ବୋଲି ଅତିଥିମାନେ କହିଥିଲେ।ଏଥିସହ ଛାତ୍ର ରୁଦ୍ର ପ୍ରସାଦ ମଲିକ,ଛାତ୍ରୀ ସୁମନ ସ୍ଵାଇଁ, ଶ୍ରାବଣୀ ରାଉତ ଓ ଅନ୍ୟ ମାନେ ନିଜର ଅନୁଭୂତି ଜଣାଇଥିଲେ।ଶେଷବର୍ଷ ଛାତ୍ର ଶେଷଦେବ ନାୟକ ଧନ୍ୟବାଦ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବାବୁଲା ପ୍ରଧାନ ଓ ହରିସ କୁମାର ମଧ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here