ମୁଜାଗଡ଼ ବନାଞ୍ଚଳ ରେ ହାତୀପଲର ଉପଦ୍ରବ

0
233

ଭଞ୍ଜନଗର:ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଛୋଟ ବଡ଼ ମିଶି ୨୨ଟି ହାତୀ ମୁଜାଗଡ଼, ବୁଦୁଲି, ସିଧା ପଦର, ଡ଼ାଙ୍ଗୁଆପଲି, ଜୟ ମଙ୍ଗଳ, ଦଦରା ଲୁଣ୍ଡା ଅଞ୍ଚଳରେ ଗତ ଦୁଇ ଦିନ ହେଲା ଘୁରି ବୁଲୁଥିବା ଦେଖିବାକୁ ମିଳିଛି।ହାତୀ ପଲ ବୁଧବାର ସନ୍ଧ୍ୟାରେ ସୋରାଦେବୀ ମନ୍ଦିର ନିକଟ ସିଧା ପଦର ରାସ୍ତା ପାର ହେଉଥିବା ବେଳେ ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଭୟରେ ବହୁ ସମୟ ପର୍ଯ୍ୟନ୍ତ ସେଠାରେ ଅଟକି ରହିଥିଲେ।ଗୁରୁବାର ସନ୍ଧ୍ୟାରେ ମୁଜାଗଡ଼ ଠାରେ ଥିବା ବହୁ ଜମିରେ ପଶି ଫସଲ ନଷ୍ଟ କରୁଥିବା ବେଳେ ଖବର ପାଇ ବନ ବିଭାଗ ଓ ଗ୍ରାମବାସୀ ମାନେ ବାଣ ଫୁଟାଇବା ସହ ବାଜା ବଜାଇ ଓ ହୋ ହଲ୍ଲା କରି ହାତୀପଲ କୁ ଘଉଡାଇବାକୁ ଚେଷ୍ଟା କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here