କୁ‌ଲାଡ‌ରେ କନ୍ଧ ରାଜା କୁଲା-ଡହଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ

0
261

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍‌ ଅଧୀନ କୁଲାଡ ଭୂଇଁଆଣି ପୀଠ ଠାରେ କନ୍ଧରାଜା କୁଲା ଏବଂ ଡିହଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କୁଲାଡ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ୍‌ ତଥା ଭାଷାପ୍ରେମୀ ଶଶାଙ୍କ କିରଣ ତ୍ରିପାଠିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ଜେନା,ସନ୍ତୋଷ ଜେନା,ନେତାଜୀ ବି‌ଷୋୟୀ,ଅନ୍ତର୍ଜ୍ୟାମି ତ୍ରିପାଠି,କନ୍ଧମାଳ କୁଇ ସମାଜ ସଭାପତି ଭାସ୍କର ପ୍ରଧାନ,କନ୍ଧ ସୁରକ୍ଷା ମଞ୍ଚ ସଭାପତି ସଞ୍ଜୀବ ପ୍ରଧାନ,ବୈଷ୍ଣବ ଦାଶ,ଭଞ୍ଜ ବିଶାରଦ ମନୁନନ୍ଦ ପତି,ନୃତ୍ୟଗୁରୁ ଶଙ୍କର୍ଷଣ ତ୍ରିପାଠି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ଣ୍ଣାଢ୍ୟ ପରିବେଶରେ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଦେବୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏଥିସହ ଭୂଇଁଆଣୀ ଦେବୀ ପିଠରେ ଅତିଥିମାନେ ବୃକ୍ଷ ରୋପଣ ସହ ପୀଠରେ ଶାରଦୀୟ ମହାଷ୍ଟମୀ ପୂଜା କରାଯାଇଥିଲା। ଶିଳ୍ପୀ ଶନ୍ତୁନୁ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଭୂଇଁଆଣି ପରିଚାଳନା କମିଟି ସଦସ୍ୟ ପ୍ରଭାକର ବିଷୋୟୀ,ପ୍ରଦିପ ବିଷୋୟୀ,ସଭାପତି ଭଞ୍ଜ ମହାପାତ୍ର,ସମ୍ପାଦକ ଅନୀଲ ଦାଶ,ତ୍ରିଲୋଚନ ଦାସ,ଶିବରାମ ରଥ,ଭଗବାନ ମିଶ୍ର,ପ୍ରମୋଦ ବିଷୋୟୀ କୁନା ପ୍ରଧାନ,ଅଶୋକ ସ୍ବାଇଁ,ଶିବରାମ ସ୍ବାଇଁ,ଧୋବା ଗୌଡ,ଲକ୍ଷ୍ମୀ ନାରାୟଣ ସେଠୀ,ନଟବର ସ୍ବାଇଁ,ବନପାଳ ଶୁଭସ୍ମିତା ପାତ୍ର,ସୁଚିତ୍ରା ତ୍ରିପାଠି ପ୍ରମୁଖ ବ୍ୟକ୍ତି କାର୍ଯ୍ୟକ୍ରମ ପରିଚାଳନାରେ ‌ସହଯୋଗ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here