ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ଚିନ୍ମୟ

    0
    264

    ଭଞ୍ଜନଗର : ରାଷ୍ଟ୍ର ହିତରେ ଯୁବ ଗୋଷ୍ଠୀ ଙ୍କ ଉଭୟ କ୍ରିୟା ଓ ଚିନ୍ତନର ସକାରାତ୍ମକ ପ୍ରୟୋଗ ଆବଶ୍ୟକତାକୁ ଉପଲବ୍ଧ କରି ଯୁବ ସମାଜସେବୀ ଚିନ୍ମୟ ପୋଲାଇ ଆଜି ନିଜ ସ୍ଵନକ୍ଷତ୍ର ଦିବସକୁ ଅଭିନବ ପ୍ରୟାସରେ ରାଷ୍ଟ୍ର ହିତରେ ପାଳିତ କରିଛନ୍ତି।ସମାଜରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ସଦା ସର୍ବଦା ନିଷ୍ଠାପର ଉଦ୍ୟମ ଜାରିରଖିଥିବା ଚିନ୍ମୟ ଆଜି ପ୍ରାରମ୍ଭରେ ପ୍ରଥମେ ନିକଟସ୍ଥ ଭଞ୍ଜନଗର ରକ୍ତ ଭଣ୍ଡାରରେ ୧୭ଥର ନିମିତ୍ତ ରକ୍ତ ଦାନ କରି ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ବିପଦର ବନ୍ଧୁ ଓ ରେସ୍ପଣ୍ଡ ଟ୍ରଷ୍ଟ,ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍ ସଦସ୍ୟ ମାନଙ୍କ ସହଯୋଗରେ ଭଞ୍ଜନଗର ନିକଟସ୍ଥ କିଛି ଦୁର୍ଗମ ଅଞ୍ଚଳରେ ପହଞ୍ଚି କୁନି କୁନି ଶିଶୁ ମାନଙ୍କୁ ଆବଶ୍ୟକୀୟ ଶିକ୍ଷଣୀୟ ଉପକରଣ,କୁପୋଷଣ ଦୂରୀକରଣ ପ୍ରୟାସ ଜନିତ ପୋଷଣ ଯୁକ୍ତ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ପିଲା ମାନଙ୍କୁ ଶିକ୍ଷା ଉପରେ ସଚେତନ କରାଯାଇଥିଲା। ଉକ୍ତ ଦୁର୍ଗମ ଅଞ୍ଚଳବାସୀ ଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ବିଶେଷ ସଚେତନତା କରାଯାଇଥିଲା।ଆଜିର କାର୍ଯ୍ୟକ୍ରମ ରେ ପୋଷଣ ଅଭାବରୁ ବଞ୍ଚିତ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ଵ ଦେବା ସହ ଆଗାମୀ ଦିନରେ ଉକ୍ତ ଅଞ୍ଚଳ ଗୁଡ଼ିକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରିବା ପାଇଁ ନିଷ୍ପତି ନିଆଯାଇଛି।ତତ୍ ସହିତ ହାତୀଗଡା ଡ଼ମ୍ବସାହିର ଅଜଣା ବ୍ୟାଧି ରେ ପୀଡିତ ଏକ କୁନି ଛୁଆକୁ କିଛି ଆର୍ଥିକ ସହଯୋଗ କରାଯିବା ସହ ଆଗାମୀ ଦିନରେ ଉକ୍ତ ଛୁଆ ର ସ୍ବାସ୍ଥ୍ୟ ଅବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରଗତି କରିବା ନିମିତ୍ତ ଅନୁଷ୍ଠାନ ପ୍ରତିଶ୍ରୁତି ଦେଇ ଆସିଅଛି।ଆଜିର ଏହି କାର୍ଯ୍ୟକ୍ରମ କୁ ରେଷ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସୀୟ ଙ୍କ ଉପସ୍ଥିତିରେ ବିପଦର ବନ୍ଧୁ ଓ ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍ ର ସଦସ୍ୟ ମାନେ ସଂଯୋଜନା ଓ ସକ୍ରିୟ ସହଯୋଗ କରିଥିଲେ।ଶେଷରେ,ଚିନ୍ମୟ ଅନୁଷ୍ଠାନ ମାନଙ୍କର ପ୍ରତ୍ୟେକ ସଦସ୍ୟ ତଥା ଅଞ୍ଚଳବାସୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

    ରିପୋର୍ଟ:ନିଲୁ ବିଷୋୟୀ

    LEAVE A REPLY

    Please enter your comment!
    Please enter your name here