ଜାଲ ଜାଣିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରିଥିବା ଅଭିଯୋଗ କଲା ଜନଜାତି ସୁରକ୍ଷା ମଞ୍ଚ

0
393

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଜଣେ ଶିକ୍ଷୟତ୍ରୀ ଶିକ୍ଷକତା କରୁଥିବା ଅଭିଯୋଗ କରିଛି ଜନଜାତି ସୁରକ୍ଷା ମଞ୍ଚ । ଏନେଇ କୋଡ଼ିଙ୍ଗା ତହସିଲଦାର ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛି ଜନଜାତି ସୁରକ୍ଷା ମଞ୍ଚ ଓ କୋଷାଗୁମୁଡା ବ୍ଲକ ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଟିବେଡା ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ କୋଷାଗୁମୁଡା ବ୍ଲକ ଆଟିଗାଁ ପଞ୍ଚାୟତ ଗୋଟିବେଡା ଗ୍ରାମର ଅମିତା ଭତରା ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜନଜାତି ସୁରକ୍ଷା ମଞ୍ଚ ଦାବି କରିଛି । ଏନେଇ ମଞ୍ଚ ପକ୍ଷରୁ ଏକ ଅଭିଯୋଗ ପତ୍ର କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ ଙ୍କୁ ପ୍ରଦାନ କରି ଉକ୍ତ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ଅମିତା ଭତରା ନିଜ ବାପା ଙ୍କ ନାମ ସନାଧର ମାଝୀ ଓ ମାଁ ଙ୍କ ନାମ ସନମତି ମାଝୀ ଦର୍ଶାଇ କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ରୁ ଜାତିଗତ ପ୍ରମାଣ ପତ୍ର ପାଇଛନ୍ତି । ତେବେ ପ୍ରକୃତରେ ସନାଧର ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଚାରି ପୁଅ ଓ କଳାବତୀ ମାଝୀ ନାମକ ଗୋଟିଏ ଝିଅ ଅଛନ୍ତି । ଅମିତା ନାମରେ କୌଣସି ଝିଅ ତାଙ୍କର ନଥିବା ଜଣାପଡିଛି । ଅମିତା ଭତରା ମିଥ୍ୟା ତଥ୍ୟ ଏବଂ ମିଥ୍ୟା ଜାତିଗତ ପ୍ରମାଣପତ୍ର ହାତେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଜୟରାମ ଭତରା , ଜନଜାତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦକ ରତନ ମାଝୀ , କୁସିଆ ମାଝୀ , ରଘୁ ଭତରା , ଶିବ ମାଝୀ , ବିକ୍ରମ ମାଝୀ , ଲଷ୍ମୀଚନ୍ଦ୍ର ପୂଜାରୀ , ସଦା ମାଝୀ , ରନୁ ଭତରା ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here