ତାଲା ଭାଙ୍ଗି ମୋବାଇଲ ଦୋକାନରୁ ଚୋରୀ

0
240

ଭଞ୍ଜନଗର : ଭଞ୍ଜନଗର ଥାନା ଅଧୀନ ବ୍ରହ୍ମପୁର ମୁଖ୍ୟ ରାସ୍ତା ବାଉଁଶଲୁଣ୍ଡି ଜିଓ ଅଫିସ୍ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଗତକାଲି ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦୋକାନ ମାଲିକ ମୃତ୍ୟୁଞ୍ଜୟ କର ଥାନାରେ ଅଭିଯୋଗ କରିଛନ୍ତି। କେସ ନମ୍ବର ୩୯୮/୨୧ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ତାଙ୍କ ଦୋକାନରୁ ୧୨ ମୋବାଇଲ୍, ୨ ଏଣ୍ଡ୍ରଏଡ୍ ଫୋନ୍,ଇୟର ଫୋନ୍ ଭଳି ମୋବାଇଲ ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗତକାଲି ରାତିରେ ମୃତ୍ୟୁଞ୍ଜୟ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୃବୃର୍ତ୍ତ ସାମ୍ନା କବାଟରେ ଲାଗିଥିବା ତାଲାକୁ ଧାରୁଆ ଅସ୍ତ୍ରରେ କାଟି ଦୋକାନ ଭିତରେ ପଶି ଦାମୀ ସାମଗ୍ରୀକୁ ଚୋରୀ କରି ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚୋରୀ,ରାହାଜାନୀ ଭଳି ଘଟଣା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

Reପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here