ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ ,ଜଣେ ଗୁରୁତର

0
395

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ସହର ଡାକବଙ୍ଗଳା ନିକଟ ଖାଦାଳ ସାହିରେ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ଓ ଜଣେ ଗୁରତର l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମଝି ରାସ୍ତାରେ ନିର୍ମମ ହତ୍ୟା କରାଯାଇଛି l ମୃତକ ହେଲେ 42 ବର୍ଷୀୟ କାଳୁ ଦାଶ l କାଳୁ ଆଜି ସକାଳୁ କୌଣସି କାରଣରୁ ସାହିନିକଟ ଛକକୁ ନିଜ ମଟରସାଇକଲ ଯୋଗେ ଯାଉଥିବା ସମୟରେ ପୂର୍ବରୁ ସେଠାରେ ଅପେକ୍ଷା କରି ରହିଥିବା କିଛି ଯୁବକ ତାଙ୍କ ଉପରକୁ ଖଣ୍ଡା ଓ ଲୁହା ରଡ଼ ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ହିଁ କାଳୁଙ୍କ ମୃତ୍ୟୁ ହୋଇଥିଲା ଏହାକୁ ନେଇ ଉତ୍ୟକ୍ତ ଲୋକମାନେ ଚାରୋଟି ଘରେ ନିଆଁ ଲଗାଇଦେଇଥିଲେ | ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here