ଗାଲେରି କଲେଜ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା, ବୃକ୍ଷ ରୋପଣ

0
357

ଭଞ୍ଜନଗର: ଭଞ୍ଜନଗର ବ୍ଲକ ସ୍ଥିତ ଗାଲେରି ଦଣ୍ଡପାଣି ମହାରଥୀ ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ନାୟକ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ଓଡ଼ିଆ ଅଧ୍ୟାପକ ଦୁର୍ଗା ମାଧବ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ହାସଲ କରିବା ସହ ସମାଜ ପାଇଁ ଭଲ କାମ କରି ଭଲ ମଣିଷ ହେବାକୁ ନିଜ ଅଭିଭାଷଣ ରେ ପରାମର୍ଶ ଦେଇଥିଲେ। କଲେଜର ସମସ୍ତ ଛାତ୍ରଛାତ୍ରୀ ନିଜର ତିନି ବର୍ଷର ଅନୁଭୂତି ଓ ଶିକ୍ଷା ଦାନ ଉପରେ ବର୍ଣ୍ଣନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ, ବିରୂପାକ୍ଷ ସାହୁ, ବିଜୟ, ବଙ୍ଗାଳି ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଦିଗଦର୍ଶନ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ। ଶେଷରେ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here