ସ୍ୱଚ୍ଛ ଭାରତ ମିସନ କାର୍ଯ୍ୟକାରିତା ନିମନ୍ତେ ଗ୍ରାମସଭା

0
278

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ପକ୍ଷରୁ ସ୍ୱଚ୍ଛ ଭାରତ ମିସନ ଦ୍ଵିତୀୟ ପର୍ଯ୍ୟାୟ ର କାର୍ଯ୍ୟକାରିତା ପାଇଁ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ଗ୍ରାମ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୋଡ଼ିଙ୍ଗା , ନୂଆଗୁଡା , ଡୁମାଦେଇ , ପକନାଗୁଡା , ରାବଣାଗୁଡା ଗ୍ରାମରେ ପଲ୍ଲିସଭା ରେ ସମସ୍ତ ଘର ପାଇଁ ପାଇଖାନା ଓ ଗୋଷ୍ଠୀ ଶୌଚାଳୟ ନିର୍ମାଣ , ଜାଗା ନଥିବା ପରିବାର ଓ ସର୍ବସାଧାରଣ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ , ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି ଏବଂ ପଞ୍ଚାୟତ ଘରେ ଶୌଚାଳୟ ନିର୍ମାଣ , ସର୍ବସାଧାରଣ ସ୍ଥାନ ଗୁଡିକରେ ମଇଳା ବର୍ଜ୍ୟଜଳ ଓ ପ୍ଲାଷ୍ଟିକ ଆବର୍ଜନା ଦେଖାନଯିବା , ଜୈବବିଘଟଣ ବର୍ଜ୍ୟବସ୍ତୁ ପରିଚାଳନା , ପ୍ଲାଷ୍ଟିକ ସାମଗ୍ରୀର ପୃଥକ କାରଣ ଓ ସଂଗ୍ରହ କେନ୍ଦ୍ର ନିର୍ମାଣ ଭଳି କାର୍ଯ୍ୟକାରିତାର ଖସଡ଼ା ପ୍ରସ୍ତୁତ ନେଇ ଆଲୋଚନା ହୋଇଥିଲା । ସମସ୍ତ ୱାର୍ଡ ରେ ଏହି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା , ପଞ୍ଚାୟତ ନିର୍ବାହୀ ଅଧିକାରୀ ଝାଡେସ୍ୱର ପାତ୍ର , ନୟାବସରପଞ୍ଚ ଭଗବତୀ ଯାନୀ , ସମିତିସଭ୍ୟା ଅସ୍ତମା ଭତରା , କୋଷାଗୁମୁଡା ବ୍ଲକ ଏନଜିଓ ସଂଯୋଗକ ରାମକୃଷ୍ଣ ପଟନାୟକ , କୋଡ଼ିଙ୍ଗା ଗ୍ରାମର ଯୁବ ନେତା ବୁଦୁରାମ ଭତରା , ମୋନରଞ୍ଜନ ସିଂ , କୋଡ଼ିଙ୍ଗା ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here