ଗଞ୍ଜାମ ଜିଲ୍ଲା କଳାକାର ଏକତା ମଞ୍ଚ ଏବଂ ଘୁମୁସର ମିଳିତ କଳାକାର ସଂଘ ର ବୈଠକ

0
320

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କଳାକାର ଏକତା ମଞ୍ଚ ଏବଂ ଘୁମୁସର ମିଳିତ କଳାକାର ସଂଘର ମିଳିତ ଆନୁକୂଲ୍ୟରେ ବାଉଁଶଲୁଣ୍ଡିସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୯ ତାରିଖ ରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ବିକ୍ଷୋଭ କରାଯିବା ନେଇ ଆଲୋଚନା ହୋଇଛି। ମୁଖ୍ୟ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ କୃଷ୍ଣ ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଶୀ ସଙ୍ଗୀତ ଗୁରୁ ରବି ନାରାୟଣ ଦାଶ ଏବଂ ଲୋକନୃତ୍ୟ କଳାକାର ବଦ୍ରି ନାରାୟଣ ନାୟକ ପ୍ରମୁଖ ଯୋଗଦେଇଛନ୍ତି। କୋଭିଡ୍ ଯୋଗୁଁ ଦୀର୍ଘ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସରକାର କଟକଣା ଲଗାଇଛନ୍ତି। ଯାହାଫଳରେ ନିଜ ରୋଜଗାର ହରାଇ ବହୁ କଳାକାର ଏବେ ଦୁର୍ଦ୍ଦିନରେ। ବୁଲା ଗାଇ କୁକୁର ପାଇଁ ରାଜ୍ୟ ସରକାର ବଜେଟ୍ କରିଲେ। କିନ୍ତୁ କଳାକାରଙ୍କ ପାଇଁ ସରକାର ଧୃତରାଷ୍ଟ୍ର ପାଲଟିଯାଇଥିବା କଳାକାର ମାନେ କହିଛନ୍ତି। ତେଣୁ କଳାକାର ମାନଙ୍କ ସ୍ବାର୍ଥ ଦୃଷ୍ଟି ରୁ ନିଜ ହକ୍ ପାଇବା ଦାବି ନେଇ ଆସନ୍ତା ଅଗଷ୍ଟ ୯ ତାରିଖ ରେ ଜିଲ୍ଲାର ସମସ୍ତ କଳାକାର ଏକାଠି ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଦାବିପତ୍ର ପ୍ରଦାନ କରାଯିବା ନେଇ ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି। କଳାକାର ଙ୍କ ସହିତ ବିଭିନ୍ନ ସଂଘ ସମର୍ଥନ ଜଣାଇଛନ୍ତି। ଏହି ଅବସର ରେ ବହୁ କଳାକାର ଯୋଗଦେଇ ସମର୍ଥନ ଜଣାଇଛନ୍ତି।

ରିପୋର୍ଟ /ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here