ପିପିଟି ପକ୍ଷରୁ ଜରା ନିବାସରେ ମାସ୍କ, ସାନିଟାଇଜର, ସାବୁନ ଓ ଛତା ବଣ୍ଟନ

0
228

ବ୍ରହ୍ମପୁର:କରୋନା ମହାମାରୀ ସମୟରେ ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଜନ ସଚେତନ କାର୍ଯ୍ୟକ୍ରମ ଜାରୀ ରହିଛି। ଗୋପାଳପୁର ସ୍ଥିତ ସୁଭଦ୍ରା ମହାତାବ ସେବା ସଦନ ଦ୍ବାରା ପରିଚାଳିତ ଜରା ନିବାସରେ ପିପିଟି ପକ୍ଷରୁ ମାସ୍କ, ସାନିଟାଇଜର, ସାବୁନ ଓ ଛତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସଭାପତି ଦେବସ୍ମିତା ମହାନ୍ତି,ସମ୍ପାଦକ ସମରଜିତ୍ ମହାନ୍ତି,ଏସ୍.ବିଜୟ ଲକ୍ଷ୍ମୀ,ସପ୍ନେଶ୍ବର ପାଣିଗ୍ରାହୀ,ପିଣ୍ଟୁ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକ ବାବୁ ପଟ୍ଟନାୟକ ଓ ଜରା ନିବାସର କାର୍ଯ୍ଯକର୍ତ୍ତା ସାବିତ୍ରୀ ଦେବତା ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here