ବୁଗୁଡା ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

0
327

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ସାମ୍ବିଧାନିକ ସମ୍ମିଳନୀ ବୁଗୁଡା ପିପୁଲସ ହାଇ ସ୍କୁଲ ପରିସରରେ ଅଗଷ୍ଟ ୦୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପିପୁଲସ ହାଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବିଧାନିକ ସମ୍ମିଳନୀରେ ଅତିଥି ଭାବେ ଜିଲ୍ଲା ସଂଘ ଉପଦେଷ୍ଟା ପ୍ରଭାତ କୁମାର ଦାସ, ରାଜ୍ୟ ସଂଘ ଉପସଭାପତି ସନ୍ତୋଷ କୁମାର ଜେନା, ଜିଲ୍ଲା ସଭାପତି ହିମାଂଶୁ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ ଚନ୍ଦ୍ର ମହାରଣା, ଉପସଭାପତି ଭିକାରୀ ଚରଣ ଗୌଡ଼, ସମ୍ପାଦକ ବିଜୟ କୁମାର ବେହେରା, ଯୁଗ୍ମ ସମ୍ପାଦକ ସୂର୍ଯ୍ୟମଣି ମହାନ୍ତି, କାର୍ଯ୍ୟକାରିଣୀ ସଭ୍ୟ ଲୋକନାଥ ମିଶ୍ର, ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଯୋଗ ଦେଇଥିଲେ। ପ୍ରଥମେ ସମସ୍ତ ପରଲୋକ ଗମନ କରିଥବା ସଂଗଠନର ସଦସ୍ୟ ମାନଙ୍କ ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ହେବା ପରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଆଲୋଚନା ପରେ ବୁଗୁଡା ବ୍ଲକ ଓଷ୍ଟାର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଶାନ୍ତ କୁମାର ଗୌଡ଼ (ସଭାପତି), ବି.ଗୋପାଳ ଚନ୍ଦ୍ର ପାତ୍ର ଓ ବସନ୍ତ କୁମାର ସାହୁ (ଉପସଭାପତି), କାହ୍ନୁ ଚରଣ ସ୍ୱାଇଁ ( ସମ୍ପାଦକ), ବିବେକାନନ୍ଦ ପଟ୍ଟନାୟକ ଓ ପୂର୍ଣ୍ଣ ଚନ୍ଦ୍ର ଭୋଳ(ଯୁଗ୍ମ ସମ୍ପାଦକ), ପ୍ରକାଶ ଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ସାମନ୍ତରାୟ,ଓ ଇ.ନୀଳାଞ୍ଚଳ ପାତ୍ର (ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ) ଏବଂ ଗିରିଜା ଶଙ୍କର ମିଶ୍ର, ରୋହିତ କୁମାର ସେଠୀ, ଅରୁଣ କୁମାର ନନ୍ଦ, ଓ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ( ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ) ଭାବେ ସର୍ବସମ୍ମତି କ୍ରମେ ବୁଗୁଡା ବ୍ଲକ ଓଷ୍ଟାର କର୍ମକର୍ତ୍ତା ଭାବେ ଆଗାମୀ ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here