ପଞ୍ଚାୟତ ସ୍ତରୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

0
472

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା)ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାର ଦଶ ଗୋଟି ବ୍ଲକ ର ୧୮୯ ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୪୦ ଟି ଗ୍ରାମ ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର ପ୍ରଶିକ୍ଷଣ ଭରଚୁଆଲ ମାଧ୍ୟମ ରେ ଅନୁଷ୍ଟିତ ହୋଇଯାଇଛି । ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ । ସମସ୍ତ କିଶୋରୀ ମାନଙ୍କ ମଧରେ ଅନେକ ପ୍ରତିଭା ଲୁଚି ରହିଛି । କମ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି ଅନ୍ଵେଷା ଅଭିଯାନ ର ମୂଳ ଉଦେଶ୍ୟ । ଜିଲ୍ଲାର ସମସ୍ତ ବିଭାଗ ଗୁଡିକରେ କିଶୋରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟ କ୍ରମ ଗୁଡିକୁ ତ୍ବରାନିତ୍ଵ କରିବା ବିଶେଷ କରି କିଶୋର କିଶୋରୀ ମାନେ ନିୟମିତ ସ୍କୁଲ କୁ ଯାଇ ପାଠ ପଢିବା , ବୈଷୟିକ ଶିକ୍ଷାରେ କିଶୋର କିଶୋରୀ ମାନଙ୍କୁ ସାମିଲ କରିବା ,ଅଙ୍ଗନୱାଡି ସ୍ତରରେ ଅଦ୍ଵବିକା ଯୋଜନାରେ କିଶୋର କିଶୋରୀ ମାନଙ୍କୁ ସାମିଲି କରି ସେମାଙ୍କୁ ଜୀବନ ଶୈଳି ର ଶିକ୍ଷା ଦେବା ସହିତ ତାଙ୍କର ନେତୃତ୍ଵ ବୃଦ୍ଧି ଆଦି ବିଷୟରେ ଏହି ଅନ୍ଵେଷା ଅଭିଯାନ ର ମୁଖ୍ୟ ଲକ୍ଷ ବୋଲି ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର ସଭ୍ୟସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।ଏହି ପ୍ରଶିକ୍ଷଣ ଶିବିର ରେ କରୋନା ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷା ,ବିପଦ ସଂଙ୍କୁଳ ପରିସ୍ଥିତିରେ ଥିବା ଶିଶୁଙ୍କର ଥଇଥାନ, “ଆଶୀର୍ବାଦ” ଯୋଜନର କାର୍ଯ୍ୟକାରିତା , ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ସମସ୍ତ ସରକାରୀ ଯୋଜନା , ଶିଶୁ ସୁରକ୍ଷା କମିଟି ଓ ଟାସ୍କ ଫୋର୍ସ କମିଟି ର ସଭ୍ୟସଭ୍ୟା ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସଂପର୍କ ରେ ଆକୋକପାତ କରାଯିବା ସହିତ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ମାନଙ୍କୁ କିପରି ଅଧିକ କ୍ରିଯାଶୀଳ କରାଯିବା ତାହା ଉପରେ ବିଷାଦ ଭାବରେ ଆଲୋଚନା କରାଯାଇ ଥିଲା ।ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ , ପୂର୍ବତନ ସିଡିପିଓ ମନୋରମା ମାଝି ତଲିମି ଦାତା ହିସାହରେ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା , ବ୍ଲକ ଅଧ୍ୟକ୍ଷ , ସମ୍ପୃକ୍ତ ବ୍ଲକ ର ବିଡିଓ , ସିଡିପିଓ , ସରପଞ୍ଚ , ଆଇସିଡିସେ ର ସମସ୍ତ ମହିଳା ସୁପରଭାଇଜର , ଅଙ୍ଗନୱାଡି କର୍ମୀ ପ୍ରମୁଖ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁ ସୁରକ୍ଷା , ବାଲ୍ୟବିବାହ କୁ ରୋକିବା , ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ “ଆଶୀର୍ବାଦ” ଯୋଜନର କାର୍ଯ୍ୟକାରିତା ଉପରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here