ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ମାମୁ ଭଣଜା ଗୁରୁତର

0
385

ଭଞ୍ଜନଗର:ସ୍ଥାନୀୟ ବେଲଗୁଣ୍ଠା ରୋଡ଼ ଜାମପଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ମାମୁଁ ଓ ଭଣଜା ହିରୋ ଗ୍ଲାମର ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗୋଟିଏ ଗଛକୁ ଧକ୍କା ଦେବା ଫଳରେ ଉଭୟ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଲଗୁଣ୍ଠା ନିକଟ ଉଢରା ଗ୍ରାମର ଦୟାନିଧି ନାଇକଙ୍କ ପୁଅ ରଞ୍ଜିତ ନାଇକ(୨୨) ଓ ପର୍ଶୁରାମ ନାଇକଙ୍କ ପୁଅ ନିରଞ୍ଜନ ନାଇକ ଉଭୟେ ସୋରଡ଼ାରେ ଥିବା ଭଉଣୀ ଘରକୁ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ପଠେଇଥିଲେ। ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଜବତ କରି ତଦନ୍ତ ଜାରି ରଖିଛି। ରଞ୍ଜିତ ଭଣଜା ଓ ନିରଞ୍ଜନ ତାର ସମ୍ପର୍କିତ ମାମୁଁ ବୋଲି ଜଣାପଡ଼ିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here