ବୁଗୁଡା ବ୍ଳକ ଜନ ପ୍ରତିନିଧିଙ୍କ ସାମ୍ବାଦିକ ସମ୍ମିଳନୀ

0
287

ବୁଗୁଡା:ବୁଗୁଡା ବ୍ଲକର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା, ଓ ସରପଞ୍ଚ ବୃନ୍ଦ ଜୁଲାଇ ୫ ତାରିଖ ଦିନ ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଗତ ଜୁନ ୨୮ ତାରିଖ ଦିନ ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୋକୁଳାନନ୍ଦ ମଳିକ ସାମ୍ବାଦିକ ସମ୍ମିଳନୀରେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳ କଳ୍ପିତ ବୋଲି ପ୍ରକାଶ କରିଥିଲେ। ବ୍ଲକ ଅଧ୍ୟକ୍ଷା ମାମି ସେନାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ବିଭିନ୍ନ ବିଷୟ ନେଇ ତିନି ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପାଞ୍ଚବର୍ଷ ପର୍ଯ୍ୟନ୍ତ ଗୋକୁଳାନନ୍ଦ ମଳିକ ବୁଗୁଡା ବ୍ଲକ ଅଧ୍ୟକ୍ଷ ଥିବାବେଳେ ବହୁ ମିଥ୍ୟା ବିଲ କରି ସରକାରୀ ଅର୍ଥ ହଡପ କରିଥିବା ନେଇ ଅଭିଯୋଗ କରିଥିଲେ। ୧୦ ବର୍ଷ ପୂର୍ବେ ଗୋକୁଳାନନ୍ଦ ମଳିକଙ୍କ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ବେଳେ ବର୍ତ୍ତମାନ ପ୍ରାୟ ୫୦ କୋଟି ଟଙ୍କାର ସମ୍ପତ୍ତି କେଉଁ ଉପାୟରେ ଅର୍ଜନ କଲେ ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ଗୋକୁଳାନନ୍ଦ ମଳିକଙ୍କ ବୁଗୁଡା ଓ ପୋଲସରା ଅଞ୍ଚଳରେ ବହୁ ଏକର ଜମି ସହ ବୁଗୁଡା ସହରରେ ୩ ଟି ଘର, ପୋଲସରାରେ ୨ ଟି ଘର ଓ ଭୁବନେଶ୍ବରରେ ୩ ଟି ଘର ଥିବା ଥିବାବେଳେ ୧୦ ଟି ନଳକୂପ ଖନନ ଗାଡି ଓ ନିଜେ ବ୍ୟବହାର କରିବା ପାଇଁ ୪ ଟି ଦାମିକା ଗାଡି ଥିବା ପ୍ରକାଶ କରିଥିଲେ। ଏହି ସମ୍ପତ୍ତି ବୃଦ୍ଧିର ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଛି। ଶ୍ରୀ ମଳିକ ପ୍ରଥମ ଥର କଂଗ୍ରେସ ଟିକେଟରେ ଓ ଦ୍ଵିତୀୟ ଥର ବିଜେପି ଟିକେଟର ପୋଲସରା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦୀତା କରିଥିବା ବେଳେ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖାନ ହେବା ପରେ ନବୀନ ବାବୁଙ୍କ ଜନହିତକର କାର୍ଯ୍ୟକ୍ରମ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକପ୍ରିୟତା ବୃଦ୍ଧି ରେ ଇର୍ଷାନିତ ହୋଇ ମିଥ୍ୟା ଅଭିଯୋଗ ଆଣି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଟକାଇବା ସହ ସଚ୍ଚୋଟ ଅଧିକାରୀମାନଙ୍କ ବିରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି। ଗୌଡ଼ିଆବୋରଦା ପଞ୍ଚାୟତର ପଙ୍କଜ ନାଇକ ସ୍ୱାମୀ ହରିଆ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ମିଥ୍ୟା ଅପପ୍ରଚାର କରି ବିଧବା ଭତ୍ତା ଦିଆଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଳିକ ପ୍ରକାଶ କରିଥିବା ଅଭିଯୋଗ କରିଛନ୍ତି। ସେହିପରି ଗୋଳାବନ୍ଧ ମଣ୍ଡଳ ବିଜେପି ସଭାପତି ତଥା ଗୋଳାବନ୍ଧର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଡାକୁଆ ସରକାରୀ ଅର୍ଥରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ପୋଖରୀ ଓ ନଳକୂପକୁ ଜବରଦଖଲ କରି ପାଚେରୀ ନିର୍ମାଣ କରି ସର୍ବସାଧାରଣ ବ୍ୟବହାର ପାଇଁ ସୁଯୋଗ ଦେଉନାହାନ୍ତି। ୧୦ ବର୍ଷ ସରପଞ୍ଚ ରହିବା ସମୟରେ ଏହିପରି ଅନେକ ଦୁର୍ନୀତି କରିଥିବା ବେଳେ ତାଙ୍କର ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବିକରିଛନ୍ତି। ସେହିପରି ଘରୋଇ ଶିକ୍ଷାନୁଷ୍ଠାନ ନିୟୁ ଏରା ପବ୍ଲିକ ସ୍କୁଲର ମୁଖ୍ୟ ଅନିଲ ପଟ୍ଟନାୟକଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଥିଲେ। ସେ ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ କିପରି ହେଲେ ତାହାର ଭିଜିଲାନ୍ସ ତଦନ୍ତ ଦାବୀ କରିଥିଲେ । ଆବଶ୍ୟକ ବେଳେ ସମସ୍ତ ଅଭିଯୋଗର ପ୍ରମାଣ ଦାଖଲ କରିବେ ବୋଲି ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ ଓ ଅଶୋକ କୁମାର ସେଠୀ , ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ସମିତି ସଭ୍ୟ ସଭ୍ୟା, ସରପଞ୍ଚ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here