ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ

0
302

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ କଲେଜ ଯୁବ ରେଡ୍ କ୍ରସ୍ ଶାଖା ଓ ଉତ୍ତର ଘୁମୁସର ବନାଞ୍ଚଳ, ଜଗନ୍ନାଥ ପ୍ରସାଦ ମିଳିତ ଆନୁକୁଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । କଲେଜ ପରିସର ମଧ୍ୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା I ଅଧ୍ୟକ୍ଷ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଗୋଟିଏ ଲୋକ ଗୋଟିଏ ଗଛ ଲଗାଇବା ଦରକାର ଓ ତାର ଯତ୍ନ ନେଇ ବଞ୍ଚେଇବା ଦରକାର । ଏଥିରେ ମୁଖ୍ୟବକ୍ତାଭାବେ ବନପାଳ ଇ ଗଣେଶ ଯୋଗ ଦେଇ ବୃକ୍ଷର ମହତ୍ତ୍ଵ ସମ୍ପର୍କରେ ବୁଝାଇ ଥିଲେ । ସଂଯୋଜକ ଭାବେ ପ୍ରାଧ୍ୟାପକ ତଥା ରେଡ୍ କ୍ରସ୍ କାଉନସିଲର ଲୋକନାଥ ମହାନ୍ତି ଅମ୍ଳଜାନ ଅଭାବକୁ ବୃକ୍ଷ କିପରି ଦୂର କରିପାରିବ ସେଥିପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ, ବନ ବିଭାଗର ବି. ଏଲ. ତ୍ରିପାଠୀ, ଲମ୍ବୋଦର ଗୌଡ଼, ବାବୁଲା ଗୌଡ, ଭୋଳା ବେହେରା, ସରିତା ପ୍ରଧାନ ଓ ଯୁବ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ଚନ୍ଦନ ବିଶ୍ଵାଳ, ଜିତୁ ବାରିକ, ନାରାୟଣ ସାହୁ, ରାହୁଲ ସାହୁ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜ କାଉନସିଲର ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଶେଷରେ କଲେଜ ପରିସରରେ ନିମ୍ବ ଗଛ, ଚନ୍ଦନ ଗଛ, ଅର୍ଜୁନ ଗଛ ଗୁଡିକୁ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ବନ କର୍ମଚାରୀ ଓ ସ୍ଵେଚ୍ଛାସେବୀ ମାନେ ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here