ଡାବୁଗାଁରେ ବନମହୋତ୍ସବ ପାଳିତ

0
366

ଡାବୁଗାଁ(ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଅଗ୍ନିସମ କେନ୍ଦ୍ର ପରିସରରେ ବନମହୋତ୍ସବ-୨୦୨୧ ଗୁରୁବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ | ଏଥିରେ ଅଁଳା, ପଣସ, ଜାମୁକୋଳି, କୃଷ୍ଣଚୂଡା, ରାଧାଚୁଡା, ଲେମ୍ବୁ, ଡାଲଚିନି, ପିଜୁଳି, ସଜନା, ଚମ୍ପା ଆଦି ମୋଟ ୧୦୦ ଟି ଚାରା ରୋପଣ କରାଯାଇଛି | ଏଥିରେ ଡାବୁଗାଁ ଭରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଉପେନ୍ଦ୍ର କୁମାର ମହାରଣା, ଏଲଏଫଏମ ମଙ୍ଗଳଦାନ ହିକ୍କକା, ଆଗ୍ନିକ-୫୨୨ ହଇରୋଜ କୁମାର ବେହେରା, ଆଗ୍ନିକ-୬୬୮ ଭକ୍ତ ଚରଣ ମାଝୀ, ଆଗ୍ନିକ-୧୨୧୯ ହେମନ୍ତ କୁମାର ନାୟକ, ଆଗ୍ନିକ-୩୧୫୨ ତୁଲସୀରାମ ରଣା, ଆଗ୍ନିକ-୩୬୩୧ ସୁମନ୍ତ କୁମାର ସାହୁ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ରିତାରଣୀ ବିଶ୍ୱାସରାୟ, କୁନ୍ତଳା କୁମାରୀ ଖୁରା ଓ ବନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

ରିପୋର୍ଟ୍ –ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here