ରୋଟାରୀ କ୍ଳବ ତରଫରୁ ଅନ୍ନପୂର୍ଣ୍ଣା ଦିବସରେ ଗରୀବ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

0
227

ବ୍ରହ୍ମପୁର :ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଅନ୍ନପୂର୍ଣ୍ଣା ଦିବସ ଉପଲକ୍ଷେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ଗରୀବ, ହରିଜନ ବସ୍ତିରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।କ୍ଳବର ନବ ନିର୍ବାଚିତ ସଭାପତି କାମରାଜୁ ମହାରଣା ଙ୍କ ନେତୃତ୍ଵରେ ପରିଚାଳିତ ଏଇ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସଂପାଦକ ଜୟନ୍ତ କୁମାର ପାତ୍ର, ପୂର୍ବତନ ସଭାପତି ଦ୍ବୟ ଅରୁଣ ଚାନ୍ଦ ଦାଶ ଓ ଅଜିତ କୁମାର ପୃଷ୍ଟିଙ୍କ ସମେତ ରୋଟାରୀଆନ୍ ଲିଙ୍ଗରାଜ ନାୟକ, ପ୍ରଦୀପ କୁମାର ପଟ୍ଟନାୟକ ଓ ଗୌତମ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ରୋଟାରୀ ନୁତନ ବର୍ଷ ଉପଲକ୍ଷେ କ୍ଳବ ତରଫରୁ ବୃକ୍ଷ ରୋପଣ ଶୁଭାରମ୍ଭ କରାଯାଇ ଥିଲା ।ଏଇ ଉଭୟ କାର୍ଯ୍ୟକ୍ରମରେ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚରସଭାପତି ନରହରି ପ୍ରଧାନ, ସଂପାଦକ ବାଉରିବନ୍ଧୁ ସାହୁ,ସ୍ବେଚ୍ଛାସେବୀ ପ୍ରଭଂଜନ ପାଣିଗ୍ରାହୀ,ମହିଳା ସ୍ବେଚ୍ଛାସେବୀ ଲକ୍ଷ୍ମୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।ରୋଟାରୀ କ୍ଳବ ଇଷ୍ଟ ତରଫରୁ ପରିଚାଳିତ ଏଇ କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here