ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକ ଙ୍କ ଉମରକୋଟ ବ୍ଲକ ଗସ୍ତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

0
339

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ବ୍ଲକ ଅନ୍ତର୍ଗତ ଝରିଗାଁ ନିର୍ବାଚନ ମଣ୍ଡଳୀ ର ବିଭନ୍ନ ଅଂଚଳ ମାରାଥନ ଗ୍ରସ୍ତ କରି ଆମ ଗାଁ ଆମ ବିକାଶ ଯୋଜନା ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ୩୬ ଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତ ସ୍ଥାପନ କରିଥିଲେ କୋରନା ର ପ୍ରଭାବ କୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟ ରେ କୋରନା ର ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଓ ଭେକସିନ ନେବା ପାଇଁ ଉଭୟ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପରାମର୍ଶ ଦେଇଥିଲେ । ଉମରକୋଟ ବ୍ଲକ ର ବିଭିନ୍ନ ଅଂଚଳ ଗ୍ରସ୍ତ କରି ଲୋକ ଙ୍କ ସମସ୍ୟା କୁ ବୁଝିଥିଲେ ଏବଂ ସମସ୍ୟା ଗୁଡିକ କିପରି ଅତି ଶୀଘ୍ର ସମାଧାନ କରାଯିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ମତ ରଖିଥିଲେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ । ଏହି ଗସ୍ତ କାର୍ଯ୍ୟକ୍ରମରେ ବହୁ ବିଜେଡି କର୍ମୀ ସହ ସାଂସଦ ପ୍ରତିନିଧି ପ୍ରମୋଦ ପାଢ଼ୀ,ଉମରକୋଟ ବ୍ଲକ ଝରୀଗାଁ ନିର୍ବାଚନି ମଣ୍ଡଳୀ ର ସଭାପତି ଅଜିତ ପ୍ରଧାନ,ବ୍ଲକ ଅଧକ୍ଷ ଲାଇବନ ଭକ୍ତ , ଜିଲ୍ଲା ଛାତ୍ର ଉପ ସଭାପତି ହିମାଂଶୁ ଜେନା,ଉମରକୋଟ ନଗର ସଭାପତି କୈଳାଶ ନାୟକ,ବରିଷ୍ଠ ବିଜେଡି ନେତା କାଳୁ ପଣ୍ଡା,ଯୁବ ସଭାପତି ଟୁଟୁ ପଣ୍ଡା, ସୀମା ବିଷୋୟ, ଅକ୍ଷୟ ବିଷୋୟ,ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here