କୋଭିଡ ମହାମାରୀରେ ଦୁଃସ୍ଥ କଳାକାର ଓ ନାଟ୍ୟ କର୍ମୀଙ୍କୁ ଶୁଖିଲା ରାସନ ବଣ୍ଟନ

0
234

ବ୍ରହ୍ମପୁର: ସ୍ଥାନୀୟ ସହାଦ୍ ଲକ୍ଷ୍ମଣ ନାୟକ କମ୍ପୁନିଟ୍ ହଲ୍‌ଠାରେ ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାର କିଛି ସାଂସ୍କୃତିକ ଅନୁଷ୍ଠାନ ଓ କଳାକାର ତଥା କଳାପ୍ରେମୀ ଙ୍କ ତରଫରୁ କିଛି ନାଟ୍ୟ ଅନୁଷ୍ଠାନ ୧୨୦ ଦୁସ୍ଥ କଳାକାର ଓ ନାଟ୍ୟକର୍ମୀମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଯୋଗ କରୁଥିବା ଦୁଃସ୍ଥ କର୍ମକର୍ତ୍ତା ମାନଙ୍କୁ ଚାଉଳ, ଡାଲି, ତେଲ, ଚୁଡ଼ା, ଚିନି, ଆଳୁ, ଆମ୍ବ, ପିଆଜ ଆଦି ଶୁଖିଲା ରାସନ ପକେଟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ବିଶିଷ୍ଟ ସମାଜସେବୀ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ସାଧାରଣ ପରିଷଦ ସଭ୍ୟ ର ଆବାହକ ଅଳି କିଶୋର ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ନାଟକ ସମାରୋହ ସମିତିର ସଭାପତି ତଥା ସଂଗୀତ ନାଟକ ଏକାଡେମୀର ଦକ୍ଷିଣାଞ୍ଚଳ ପ୍ରତିନିଧି ଅନିଲ କୁମାର ପାତ୍ର, ରାଜୁ ପାଢ଼ୀ, ମଦନ ମିଶ୍ର, ଭବାନୀ ଶଙ୍କର ମିଶ୍ର,ଡଃ ମିହିର କୁମାର ତ୍ରିପାଠୀ, ସଙ୍କର୍ଷଣ ସାବତ, ଟୁଟୁ ପାଢ଼ୀ, ମନୋଜ କୁମାର ଦଣ୍ଡପାଟ୍ଟ, ତ୍ରିପତି ନାୟକ, କୈଳାସ ଚନ୍ଦ୍ର ପାଣଗ୍ରାହୀ,ପ୍ରତାପ ମହାପାତ୍ର, ବିମଳ କୁମାର ସାହୁ,ନୁନୁ ପଟ୍ଟନାୟକ ,ପଦ୍ମଚରଣ ସାହୁ ,ରାମଚନ୍ଦ୍ର ସାସମଲ୍,ଆରତି ପାତ୍ର, ଭାବଗ୍ରାହୀ ପାଳ,ବିମଳ କଣ୍ଡୁ , କୃଷ୍ଣଚନ୍ଦ୍ର ପଣ୍ଡା,ଶିବ କୁମାର, ଉମେଶ ଚୈଧୁରୀ, ରବୀନ୍ଦ୍ର କୁମାର ନାୟକ, ବସନ୍ତ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ। ଦୀର୍ଘ ଦିନ ଧରି କରୋନା ମହାମାରୀ ଯୋଗୁଁ କଳାକାର ତଥା ଚିତ୍ରାଳୟ, ଲାଇଟ୍ ସାଉଣ୍ଡ ର କର୍ମକର୍ତ୍ତା ମାନେ କାମ ନ ପାଇ ହନ୍ତସନ୍ତ ହୋଇ ଆସୁଛନ୍ତି। ଏଭଳି ସ୍ଥିତିରେ କିଛି କଳାପ୍ରେମୀ ତଥା ସାଂସ୍କୃତିକ ଅନୁଷ୍ଠାନ ମିଳିତ ଭାବେ ଆଗକୁ ହାତ ବଢାଇ ଏଭଳି ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକର୍ମ ସଂପୂର୍ଣ୍ଣ କରୋନା କଟକଣାକୁ ପାଳନ କରାଯାଇ ଆୟୋଜନ କରାଯାଇଛି ବୋଲି ସଭାପତି ଅନିକ କୁମାର ପାତ୍ର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here