ଭାରସାମ୍ୟ ହରାଇ ମର୍ମନ୍ତୁଦ କାର ଦୁର୍ଘଟଣା:୨ ମୃତ

0
229

କନ୍ଧମାଳ(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ-ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳ ର ୪ ଜଣ ବ୍ୟକ୍ତି ଓଡ଼ି-୧୬- ୦୯୧୦ ନମ୍ବର ବିଶିଷ୍ଟ ଏକ କାର ରେ ରାଉରକେଲା ଯାଉଥିବା ବେଳେ ଚାରିଛକ ନିକଟସ୍ଥ ଝାଡ଼ରାଜିଙ୍ଗ ଠାରେ କାରଟି ଭାରସ୍ୟାମ ହରାଇ ରାସ୍ତା କଡ଼ର ଏକ ଗଛ ରେ ପିଟି ହୋଇଥିଲା ଏଥିରେ ଘଟଣା ସ୍ଥଳରେ ଜଣେ ମହିଳା ଓ ପୁରୁଷ ଙ୍କ ମୃତ୍ୟୁ ହୋଇଥିବା ବେଳେ ରୀନା କମ୍ପା(୩୦) ଓ ଭଗବାନ କମ୍ପା (୩୫)ଉଭୟ ସ୍ୱାମୀ ସ୍ତ୍ରୀ ଦୁଇଜଣ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି l ଏପଟେ ମୃତକ ସୁରେନ୍ଦ୍ର ନାୟକ ଓ ପତ୍ନୀ ନମିତା ନାୟକ ବେଲଗୁଣ୍ଠା ବ୍ଲକ ମନ୍ଦାର ଗ୍ରାମ ର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ପୁରୁଣାକଟକ ପୋଲିସ ଘଟଣା ର ତଦନ୍ତ ଜାରୀ ରଖିଛି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here