ନିଶିଗନ୍ଧା ସାହିତ୍ୟ ସଂସଦର ଦ୍ଵିତୀୟ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

0
291

ଭୁବନେଶ୍ୱର: ଗୁରୁବାର ରାତ୍ର ୮ ଘଟିକା ସମୟରେ କୋଭିଡ-୧୯ ନିୟମ ଅନୁପାଳନ କରାଯାଇ ନିଶିଗନ୍ଧା ସାହିତ୍ୟ ସଂସଦର ସଭାପତି ଡ଼ଃ ରଜନୀ ରଞ୍ଜନ ଦାସଙ୍କ ପୌରୋହିତ୍ୟରେ ନୂତନ ସଭ୍ୟାସଭ୍ୟା ମାନଙ୍କର ଯୋଗଦାନ,
ପଦ ଓ ଗୋପନୀୟତାର ଶପଥ ଗ୍ରହଣ ଉତ୍ସବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଉଯାଇଛି।ଏହି ଉତ୍ସବରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ।ନିଶିଗନ୍ଧା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ପଣ୍ଡିତ ନାରାୟଣ ରଥ ।ନୂତନ ଭାବେ ଯୋଗଦାନ କରି ନିଶିଗନ୍ଧା ପରିବାରରେ ସାମିଲ ହୋଇଥିବା ସଭ୍ୟାସଭ୍ୟ ମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ ନିଶିଗନ୍ଧା ପରିବାରର ଅନ୍ୟତମ ରାଜ୍ୟ ପର୍ଯ୍ୟବେକ୍ଷକ, ସମାଜସେବୀ ତଥା ରାଜ୍ୟପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଡା.ଦେବୀ ପ୍ରସାଦ ମିଶ୍ର ।ଏଥିରେ ପାଞ୍ଚଜଣ ସଭ୍ୟ /ସଭ୍ୟା ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରି ନିଶିଗନ୍ଧା ପରିବାରରେ ଯୋଡି ହେଲେ।ତେଣୁ ଅନୁଷ୍ଠାନର ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୮ ଟାରେ ଗୁଗଲ ମିଟ୍ ଜରିଆରେ ଏମାନଙ୍କର ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ନିଶିଗନ୍ଧା ପରିବାରର ଉପସଭାପତି ଚିତ୍ତ ରଞ୍ଜନ ନନ୍ଦ,କାର୍ଯ୍ୟକାରୀ ସଭାପତି ଗୀତାଶ୍ରୀ ପ୍ରିୟମ୍ବଦା,ମୁଖ୍ୟ ସମ୍ପାଦିକା ସରସ୍ୱତୀ ନାୟକ ,ଜୋନ୍ ସଭାପତି ଭଗବାନ ଓତ୍ତା, ଗଣେଶ ଚନ୍ଦ୍ର ଜେନା, ପ୍ରେମାନନ୍ଦ କୁସୁମ, ଜୋନ୍ ସଭାପତି ଅର୍ଚ୍ଚନା ଦାସ,ମୁଖ୍ୟ ପୁଷ୍ପପୋଷାକ କରୁଣାକର ମଲ୍ଲିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭ୍ୟସଭ୍ୟା ମାନେ ନିମ୍ନ ଲିଖିତ ପଦବୀ ଅଳଙ୍କୃତ କରିଥିଲେ।

୧-ଶ୍ରୀମତୀ ଅର୍ଚ୍ଚନା ପାତ୍ର -ସହ ସମ୍ପାଦିକା
୨-ଶ୍ରୀଯୁକ୍ତ ଶିବ ପ୍ରସାଦ ପାତ୍ର-ଯୁଗ୍ମ ସମ୍ପାଦକ
୩-ଶ୍ରୀମତୀ ରଶ୍ମିତା ଦାସ-ସହ ସଂଜୋଜିକା
୪-ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ-
ବିଜ୍ଞାପନ ସମ୍ପାଦକ
୫-ଶ୍ରୀମତୀ ମମତା ସାହୁ-
ପୂର୍ବାଞ୍ଚଳ ଜୋନ ସଂଯୋଜିକା

ନିଶିଗନ୍ଧାର ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଶପଥ ପାଠ ଉତ୍ସବର ପରିଚାଳନା କରିଥିଲେ।ପରିଶେଷରେ ନିଶିଗନ୍ଧାର ସଂଗଠନ ସମ୍ପାଦିକା ଅନୁସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :ଦିପକ ପଣ୍ଡା

LEAVE A REPLY

Please enter your comment!
Please enter your name here