ବିଜେଡି ପକ୍ଷରୁ କୋଭିଡ କଟକଣା ଶେଷ ପର୍ଯ୍ୟନ୍ତ ରାନ୍ଧଖାଦ୍ୟ ବଣ୍ଟନ

0
228

ବୁଗୁଡା: ଲକ୍ ଡାଉନ ବେଳେ ଦିବା ୧୧ ଟା ଓ ସଟ୍ ଡାଉନ ଦୁଇ ଦିନ ସାରା ଦିନ ଦୋକାନ ବଜାର ବନ୍ଦ ରହିବା ଯୋଗୁଁ ଅସହାୟ ଓ ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ଓ ବୁଗୁଡା ସହରରେ ଗତ ମଇ ୨୧ ତାରିଖ ଠାରୁ ବିଜୁ ଜନତା ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଜୁନ ୧ ତାରିଖ ଦିନ ଲକ୍ ଡାଉନ ଶେଷ ହେବାକୁ ଥିଲାବେଳେ ରାଜ୍ୟ ସରକାର ଲକ୍ ଡାଉନ ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ପୁଣି ବୃଦ୍ଧି କରଛନ୍ତି। ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ ପ୍ରକାରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବପରି ରାନ୍ଧଖାଦ୍ୟ ଲକ୍ ଡାଉନ ଶେଷହେବା ଯାଏ ପ୍ରଦାନ କରାଯିବ ବୋଲି ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା ପ୍ରକାଶ କରିଛନ୍ତି। ଏହି ପ୍ରରିପେକ୍ଷିରେ ବିଜେଡି ପକ୍ଷରୁ ଅସହାୟ ଓ ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ପ୍ରଦାନ ଚାଲୁ ରହିଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here