ସାଥି ରାଜା ସୁରେଶଙ୍କ ବିୟୋଗରେ ଶୋକ

0
317

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ହେତୁବାଦୀ ଆନ୍ଦୋଳନର ମହାନ ପ୍ରବକ୍ତା, ମାନବ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ ସାଥି ରାଜା ସୁରେଶଙ୍କ ଆଜି କୋଭିଡରେ ଦେହାନ୍ତ ହୋଇଛି l ଦୀର୍ଘ ଦିନରୁ ସେ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ l ରାଜା ସୁରେଶ ଛାତ୍ର ଜୀବନରୁ ବୈଜ୍ଞାନିକ ବିଚାରଧାରା ଓ ହେତୁବାଦୀ ଆନ୍ଦୋଳନସହ ଜଡିତ ହୋଇ ସର୍ବଭାରତୀୟ ସ୍ତରରେ ଜନଆଦୃତ ହୋଇପାରିଥିଲେ l ଅନ୍ଧବିଶ୍ୱାସ, କୁସଂସ୍କାର, ଗୁଣିଗାରେଡି ବିରୁଦ୍ଧରେ ବିଭିନ୍ନ ଅଂଚଳରେ ଜନ ସଚେତନତା ସୃଷ୍ଟି କରି ଶୋଷିତ ଅତ୍ୟାଚାରିତ ଲୋକଙ୍କୁ ନ୍ୟାୟ ଦେଇଛନ୍ତି l ତାଙ୍କ ଜୀବନ କାଳରେ ସେ ଅନେକ ଲୋକଙ୍କୁ ରକ୍ତ ଦାନ କରି ବିପଦ ବେଳେ ଛିଡା ହୋଇଛନ୍ତି l ମାନବ ଅଧିକାର ସୁରକ୍ଷା ମଞ୍ଚର ସ୍ୱାସ୍ଥ୍ୟ ଅଧିକାର ଆନ୍ଦୋଳନ ତଥା ଘଣ୍ଟଯାତ୍ରା ଆନ୍ଦୋଳନର ସେ ଜଣେ ସକ୍ରିୟ ନେତା ଥିଲେ l ସ୍ଥାନୀୟ ନୀଳକଣ୍ଠେଶ୍ଵର ସ୍ମଶାନରେ ତାଙ୍କ ର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି l ତାଙ୍କ ଭଳି ଜଣେ ମେଳାପୀ ବନ୍ଧୁବଚ୍ଛଳ ଓ ବହୁପ୍ରତିଭାଶାଳି ବ୍ୟକ୍ତିତ୍ବ ଙ୍କୁ ହରାଇ ସମାଜର ଅପୂରଣୀୟ କ୍ଷତି ଘଟିଛି l ତାଙ୍କ ବିୟୋଗରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି l*

LEAVE A REPLY

Please enter your comment!
Please enter your name here