କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି : ମହାସଂଘ

0
276

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ଭିଡ଼ିଓ କନ୍ଫରେନ୍ସ ଯୋଗେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ଆଚାର୍ଯ୍ୟ ଶ୍ରୀ ସୀମାଞ୍ଚଳ ଦାସ ମୁଖ୍ୟ ଅତିଥି, ଓ୍ଵାରଲ୍ଡ ଓ୍ଵାଚ୍ ସମ୍ବାଦ ପତ୍ରିକାର ସମ୍ପାଦକ ଦିଲ୍ଲୀପ ଦାସ ମୁଖ୍ୟ ବକ୍ତା, ଯାତ୍ରା ଗବେଷକ ଡ଼ଃ. ପଦ୍ମଲୋଚନ ମହାକୁଡ ପ୍ରମୁଖ ଆଲୋଚକ ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ମେଜର୍ ରମା ରମଣ ପାଢ଼ୀ, ସାରସ୍ବତ ସାଧକ ନରେନ୍ଦ୍ର ପ୍ରସାଦ ବେହେରା, ବରିଷ୍ଠ କଳାକାର ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରି ମହାସଂଘର କାର୍ଯ୍ୟଧାରା ଉପରେ ସନ୍ତୋଷ ବ୍ୟକ୍ତ ପୂର୍ବକ ସମଗ୍ର କଳାକାର ସମାଜକୁ ଏକ ପରିବାର ଭୁକ୍ତ ପ୍ରୟାସ ସର୍ବାଦୌ ପ୍ରଂଶସାର୍ହ ବୋଲି ମତ ପୋଷଣ କରିବା ସହ ଦକ୍ଷିଣ ଓଡ଼ିଶାରେ “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ବିଶ୍ୱବିଦ୍ୟାଳୟ” ପ୍ରତିଷ୍ଠା ନେଇ ଦାବି ଓ ସେଥି ନିମନ୍ତେ ଯଥାର୍ଥ ପଦକ୍ଷେପ ନେବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଇତି ମଧ୍ୟରେ ଆମେ ହରେଇଥିବା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାରସ୍ବତ ସାଧକ ମନୋଜ ଦାସ, ସୁନାମଧନ୍ୟ ନାଟ୍ୟକାର ପଞ୍ଚାନନ ମିଶ୍ର, ଚିତ୍ରାଳୟ ମାଲିକ ଅରକ୍ଷିତ ରାଓ, ଦକ୍ଷ ଲାଇଟ୍ ଆପରେଟର୍ ଗୋପାଳ ଚନ୍ଦ୍ର ଦାସ, କଳାକାର ସନ୍ତୋଷ କୁମାର ସେଠୀ, ଧର୍ମେନ୍ଦ୍ର ପ୍ରଧାନ ରିତୁ, ଅକ୍ଷୟ କୁମାର ଦାସଙ୍କ ସମେତ ଦିବଂଗତ ସମସ୍ତ ସାରସ୍ବତ ସାଧକ, ଶିଳ୍ପୀ, କଳାକାର, ନାଟ୍ୟ ସଂଗଠକ, ନାଟ୍ୟ ଶ୍ରମଜୀବୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପରମ ପିତା ପରମେଶ୍ଵର ପ୍ରଭୁ ନିରାକାର ପରମ୍ ବ୍ରହ୍ମଙ୍କ ନିକଟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ କୃତାଞ୍ଜଳିପୂଟରେ ସେମାନଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।
ସେମାନଙ୍କ ବର୍ତ୍ତମାନ ଆମ ରାଜ୍ୟ ପାଇଁ ଏକ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା ।
କାର୍ଯ୍ୟକ୍ରମର ଆଲୋଚନା କ୍ରମରେ ଅଧ୍ୟାପକ ଗୋପାଳ ମହାରଣା, ନାଟ୍ୟ ସଂଗଠକ ବାଲାଜୀ ସାମନ୍ତରାୟ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟକାର ଇନ୍ଦ୍ରମଣି ବାରିକ୍, ଅଭିନେତା ପ୍ରମୋଦ କୁମାର ଦଣ୍ଡସେନା, କଣ୍ଠ ଶିଳ୍ପୀ ସୁଦୀପ୍ ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ସଂଗଠକ ତ୍ରିଲୋଚନ ପଣ୍ଡା, ବରିଷ୍ଠ କଳାକାର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବଳଦେବ ସାହୁ, ବରିଷ୍ଠ ଅଭିନେତ୍ରୀ ଚାନ୍ଦ ମାମା ବେହେରା, ଚଳଚ୍ଚିତ୍ର ଅଭିନେତ୍ରୀ ଗୀତା ସ୍ୱାଇଁ ପ୍ରମୁଖ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ କଳାକାର ତଥା ସଂସ୍କୃତି ମନସ୍କ ବ୍ୟକ୍ତିତ୍ଵ ଏଥିରେ ଯୋଗଦେଇ ସଙ୍ଗୀତ ନାଟକ ଏକାଡେମିକୁ ଓଡ଼ିଶା ନାଟ୍ୟ ସଂଘର ଚାପ ମୁକ୍ତ, ସଂସ୍କୃତି ବିଭାଗର ମନମୁଖୀ କାର୍ଯ୍ୟକଳାପ ଏବଂ ଅଣ କଳାକାର ମାନଙ୍କୁ କରାଯାଇଥିବା ଏକାଡେମୀ ସଦସ୍ୟ ଚୟନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ସଂପୃକ୍ତ ବିଭାଗର ଉଚ୍ଚ କତୃପକ୍ଷଙ୍କୁ ପ୍ରତିବାଦ ଜଣାଇବା ସଂକ୍ରାନ୍ତରେ ସ୍ଥିର କରିଥିଲେ । କରୋନା ମହାମାରୀ ହେତୁ ସର୍ବାଧିକ କ୍ଷତିଗ୍ରସ୍ତ କଳାକାର ସମାଜ ପ୍ରତି ସରକାରୀ କଳର ଉଦାସୀନତା ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ କଳାକାର ଜୟ କୃଷ୍ଣ ପଟ୍ଟନାୟକ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here