ଅପରାହ୍ନ ୩ଟା ପରେ ବନ୍ଦ ରହିଲା ଭଞ୍ଜନଗର ସହର ର ସମସ୍ତ ଦୋକାନ

0
908

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ସହରରେ କୋରନା ଦିତୀୟ ଲହରୀ ଚେନ କୁ ବ୍ରେକ ଲଗାଇବା ପାଇଁ ଅପରାହ୍ନ ୩ଟା ପରଠୁ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ବଣିକ ସଂଘ ନିଷ୍ପତ୍ତି ନେଇଥିଲା। ଯାହା ଆଜି ଠାରୁ କାଯ୍ୟକାରୀ ହୋଇ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ବନ୍ଦ ନେଇ ବଣିକ ସଂଘ ଏ ସଂକ୍ରାନ୍ତରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛି । ଏହି ସମୟରେ ଜନସାଧାରଣ ସହଯୋଗ କରିବାକୁ ବଣିକ ସଂଘ ପକ୍ଷରୁ ଅନୁରୋଧ କରାଯିବା ସହ ଯେଉଁ ସମୟରେ ଦୋକାନ ବଜାର ଖୋଲା ରହିବ ଗ୍ରାହକ ମାନେ କୋଭିଡ଼ ନିୟମ ପାଳନ ପାଇଁ ସଂଘ ନିବେଦନ କରିଛି। ଜିଲ୍ଲା ପ୍ରଶାସନ ଓ ବଣିକ ସଂଘର ଏଭଳି ନିଷ୍ପତ୍ତି କୁ ଜନସାଧାରଣ ସମର୍ଥନ ଜଣାଇଛନ୍ତି

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here