ଗଞ୍ଜାମ ଜିଲ୍ଲାରେ ବନ୍ଦ ରହିବ ଦୋକାନ ବଜାର

0
255

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କୋଭିଡ ସଂକ୍ରମଣ ବଢୁଥିବା ଦେଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି|ଗଞ୍ଜାମର ସହରାଞ୍ଚଳରେ ଏଣିକି ଦିନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର। ଗତବର୍ଷ ଜିଲ୍ଲାରେ ଯେଉଁଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ଏଡାଇବାକୁ ବିଭିନ୍ନ ସହରାଞ୍ଚଳ ବ୍ୟବସାୟିକ ସଙ୍ଘ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।କୋଭିଡ ସଂକ୍ରମଣ ଚେନ ଭାଙ୍ଗିବାକୁ ବ୍ୟବସାୟିକ ସଂଘ ତରଫରୁ ଏହା ବଡ ପଦକ୍ଷେପ। ଆଜିଠୁ ୧୦ ଦିନ ଯାଏଁ ଦିନ ୨ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର। ଏହି ପଦକ୍ଷେପକୁ ଟ୍ୱିଟ କରି ସ୍ୱାଗତ କରିଛି ଜିଲ୍ଲା ପ୍ରଶାସନ।

LEAVE A REPLY

Please enter your comment!
Please enter your name here