କରୋନା କଟକଣା : ଅପରାହ୍ନ ୨ ଟା ପରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ

0
254

ବୁଗୁଡା(ନ୍ୟୁଜଏକ୍ସଟ୍ରା) କରୋନା ସଂକ୍ରମଣର ଦ୍ଵିତୀୟ ସୁନାମୀର ଭୟାବହକୁ ଦୃଷ୍ଟିରେ ରଖି ବୁଗୁଡା ଚେମ୍ବର ଅଫ କମର୍ସ, ବଣିକ ସଙ୍ଘ ଓ ପରିବା ବଜାର ସଙ୍ଘ ପକ୍ଷରୁ ପ୍ରତିନିଧିମାନେ ଏପ୍ରିଲ ୨୭ ତାରିଖ ଦିନ ବୁଗୁଡା ତହସିଲ କାର୍ଯ୍ୟାଳୟ ପରିସରରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସହ ଲକ୍ ଡାଉନ ପାଳନ ପାଇଁ ଆଲୋଚନା କରିଥିଲେ। ଆସନ୍ତ କାଲି ଅର୍ଥାତ ଏପ୍ରିଲ ୨୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୫ ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ତାପରେ ଔଷଧ ଦୋକାନ ବ୍ୟତୀତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହି ଲକ୍ ଡାଉନ କାର୍ଯ୍ୟକାରୀ କରାଯିବ। ବ୍ୟବସାୟ ସମୟରେ ମାସ୍କ ପିନ୍ଧିବା, ହାତ ସାନିଟାଇଜର କରିବା ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ ଓ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ପରାମର୍ଶ ପ୍ରଦାନ କରିଥିଲେ। ଏହି ଆଲୋଚନା ରେ ବୁଗୁଡା ଚେମ୍ବର ଅଫ କମର୍ସ ସଭାପତି ଜେ. ପ୍ରଦୀପ କୁମାର ପୃଷ୍ଟି ଓ ସମ୍ପାଦକ ଜେ. ରଞ୍ଜିତ କୁମାର ପୃଷ୍ଟି, ବୁଗୁଡା ବଣିକ ସଙ୍ଘର ସମ୍ପାଦକ ରଞ୍ଜନ କୁମାର ସାହୁ, ପରିବା ବଜାର ସଙ୍ଘ ସଭାପତି ଗୌରହରି ପ୍ରଧାନ, ଉପସଭାପତି ଧୋବା ପ୍ରଧାନ ଓ ସମ୍ପାଦକ ବିଶ୍ଵନାଥ ପାତ୍ର ଏବଂ ଏସ. ତେଜେଶ୍ୱର ପାତ୍ର ଙ୍କ ସମେତ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here