ନିଗମାନନ୍ଦ ବେବର୍ତ୍ତାଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ପାଳନ

0
272

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ସ୍ଥାନୀୟ ନିଗମାନନ୍ଦ ଏଜୁକେଶନ ସେଣ୍ଟର କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ବର୍ଗତ ନିଗମାନନ୍ଦ ବେବର୍ତ୍ତାଙ୍କ ୩୯ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠାନର ସଭାପତି ବି. ଗୋବିନ୍ଦ ରାଓଙ୍କ ସଭାପତିରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରୋଟାରୀ କ୍ଲବ ସଭାପତି ପଞ୍ଚାନନ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରିଥିଲେ ା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଫୋଟ ରେ ଫୁଲ ଦେଇ ନୀରବ ପ୍ରାର୍ଥନା କରିଥିଲେ । ପରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସ୍ଵର୍ଗତ ନିଗମାନନ୍ଦ ବେବର୍ତ୍ତାଙ୍କ ଉପରେ ପରିଚୟ ପ୍ରଦାନ କରି କହିଥିଲେ ଯେ ତାଙ୍କ ପିତା ଶିକ୍ଷକ ସ୍ଵର୍ଗତ କ୍ଷେତ୍ରବାସୀ ବେବର୍ତ୍ତା ଓ ମାତା ଗୃହିଣୀ ସ୍ଵର୍ଗତ ରାଧାରାଣୀ ବେବର୍ତ୍ତାଙ୍କ କନିଷ୍ଠ ସନ୍ତାନ ଭାବେ ଗଂଜାମ ଜିଲ୍ଲା ର ଜାହଡା ଗ୍ରାମରେ ସେ ତା- 25.06.1963 ରେ ଜନ୍ମ ଲାଭ କରି ବଡମ୍ବା ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପାସ କରିବା ପରେ ଖଲ୍ଲିକୋଟ ଚାରୁ ଓ କାରୁକଳା ସରକାରୀ ମହାବିଦ୍ୟାଳୟର ଶେଷ ବର୍ଷ ମୁଦ୍ରଣ କଳା ଛାତ୍ର ଭାବେ କୃତୀତ୍ୱର ସହ ଅଧୟନ କରିଥିଲେ । ସେତେବେଳେ ସେ କେତେକ ଛାତ୍ର ଓ ଅଧ୍ୟାପକଙ୍କ ସହ ଉତ୍ତର ଭାରତ ଭ୍ରମଣରେ ଯାଇ ଫେରିବା ସମୟରେ ହାୱଡା ରେଳ ଷ୍ଟେସନ ଏକ ଲୋକାଲ ଟ୍ରେନ ଧକ୍କାରେ ତା- 28.03.1982 ରେ ଇହଲୀଳା ତ୍ୟାଗ କରିଥିଲେ । ତାଙ୍କରି ସୃତିରେ ତାଙ୍କ ବଡଭାଇ ସଚ୍ଚିଭାଇ (ସଚ୍ଚିଦାନନ୍ଦ ବେବର୍ତ୍ତା) ତା- 28.03.1985 ମସିହାରେ ନିଗମାନନ୍ଦ ଶିକ୍ଷା କେନ୍ଦ୍ର ବା ନିଗମାନନ୍ଦ ଏଜୁକେଶନ ସେଣ୍ଟର ପ୍ରତିଷ୍ଠା କରିଥିଲେ l ଦିର୍ଘ 35 ବର୍ଷ ଧରି ଅନୁଷ୍ଠାନ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସହିତ ଅନେକ ସଚେତନ ଧର୍ମୀ କାର୍ଯ୍ୟ କରିଆସୁଛି l କାର୍ଯ୍ୟକ୍ରମକୁ ବିଭୁତି ଭୂଷଣ ପ୍ରଧାନ ପରିଚାଳନା କରୁଥିବା ସମୟରେ ମନବିନ ଜେନା ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପ୍ରଭାତୀ ମଞ୍ଜରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l ଅନୁଷ୍ଠାନ ତରଫରୁ ପ୍ରକାଶ ଯେ କୋଭିଡ କଟକଣା ଯୋଗୁଁ ଏ ବର୍ଷ କାର୍ଯ୍ୟାଳୟ ପରିସର ଭିତରେ ଏହା ପାଳନ କରାଗଲା l ଆଗାମୀ ବର୍ଷରେ କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବରେ ପାଳନ କରିବା ସହିତ ‘ନିଗମାନନ୍ଦ ସ୍ମୃତି ସମ୍ମାନ’ ଜଣେ କଳାକାର ଏବଂ ସମାଜସେବୀକୁ ପ୍ରଦାନ କରାଯିବ ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here