ଭଞ୍ଜନଗର ବ୍ଳକରେ ସହଯୋଗ ତାଲିମ ଶିବିର ଅନୁଷ୍ଠିତ

0
438

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ବ୍ଳକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟଗୁଡିକରେ ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟି ମେମ୍ବରଙ୍କ ନିମିତ୍ତ ଉଦ୍ଦିଷ୍ଟ ତାଲିମ ଶିବିର “ସହଯୋଗ” ଅନୁଷ୍ଠିତ ହୋଇଯାଇଛି । ପ୍ରତି ବିଦ୍ୟାଳୟର ସମସ୍ତ ନିର୍ବାଚିତ କମିଟି ମେମ୍ବରଙ୍କ ସମେତ ଦୁଇଜଣ ଶିକ୍ଷକ,ଜଣେ ସପୋର୍ଟିଙ୍ଗ୍ ଷ୍ଟାଫ,ଅଙ୍ଗନବାଡି କର୍ମୀ,ଆଶା କର୍ମୀ,ୱାଡମେମ୍ବର ଙ୍କୁ ତାଲିମ ଦିଆଯାଇଛି । ଗୋଟିଏ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଏହି କମିଟି ମେମ୍ବରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମ୍ଭବ ହେବ ବୋଲି ସରକାର ଅନୁଭବ କରିଥିବାରୁ ସେମାନଙ୍କୁ ବିଦ୍ୟାଳୟ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନ କରାଇ ଶିକ୍ଷକ,ଶିକ୍ଷୟିତ୍ରୀ,ଗ୍ରାମବାସୀ ତଥା ଅଭିଭାବକଙ୍କ ମିଳିତ ସହଯୋଗରେ କିପରି ପିଲାଙ୍କୁ ବିଦ୍ୟାଳୟ ଅଭିମୁଖି କରାଯିବ ଏବଂ ବିଦ୍ୟାଳୟରେ ଏକ ଶିଶୁ ପ୍ରିୟ ପରିବେଶ ସୃଷ୍ଟି କରାଯିବ ସେଥିପାଇଁ ବିଭନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବଳ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମସ୍ତଙ୍କୁ ଧାରଣା ପ୍ରଦାନ କରିଥିଲେ । ଶିବିର ଗୁଡିକୁ ଗୋଷ୍ଠି ଶିକ୍ଷାଅଧିକାରୀ,ସହ ଗୋଷ୍ଠୀ ଶିକ୍ଷାଧିକାରୀ,ବି.ଆର୍.ସି.ସି ଓ ସି.ଆର୍.ସି.ସି ମାନେ ପରିଦର୍ଶନରେ ଯାଇ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କୋଭିଡ ଗାଇଡଲାଇନ ଅନୁସରଣରେ ଏହି ତାଲିମ ଅନୁଷ୍ଠିତ ହୋଇଥିବାବେଳେ ମୋ ସ୍କୁଲ ଯୋଜନା, ପୋଷ୍ୟ ସ୍କୁଲ ଗ୍ରହଣ ପରି ନୂତନ ଯୋଜନା ଗୁଡିକ କିପରି ଅଧିକ ଜନପ୍ରିୟ ହେବ ସେଥିପାଇଁ ସମସ୍ତେ ପ୍ରୟାସ କରିଥିଲେ । ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀମାନଙ୍କ ତତ୍ବାବଧାନରେ ସମସ୍ତ ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସହଯୋଗରେ ସୂଚାରୁ ରୂପେ ଏହି ତାଲିମ ସଂପାଦନ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here