ସିଦ୍ଧନଇରେ ବିଲରେ କାମକରୁଥିବା ବେଳେ ବ୍ୟକ୍ତିଙ୍କ ମୃତ୍ୟୁ

0
364

ଆସିକା (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ଆସିକା ଥାନା ସିଦ୍ଧନଇ ଠାରେ ଭାଗିରଥି ନାମକ ଜଣେ ଵ୍ୟକ୍ତି ଆଜି ବିଲକୁ କାମ କରିବାକୁ ଯାଇଥିଲେ।ହେଲେ ସେ ଯଥା ସମୟରେ ଘରକୁ ଫେରି ନଥିଲେ ତେଣୁ ତାଙ୍କ ପିତା ନରସିଂହ ବିଶୋଇ ବିଲକୁ ଯାଇ ଦେଖିବା ସମୟରେ ସେଠାରେ ଭାଗିରଥି ଅଚେତ ଅବସ୍ଥାରେ ପଡିଥିଲେ।ତାଙ୍କୁ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଘରକୁ ଆଣିବା ପରେ ଜଣା ପଡିଥିଲା ତାଙ୍କର ମୃତୁ ହୋଇଛି ବୋଲି। ଆଜି ପ୍ରଚଣ୍ଡ ଖରା ହେଉଥିବାରୁ ସେ ଅଂଶୁଘାତରେ ମୃତୁ ବରଣ କରିଛନ୍ତି ବୋଲି ଭାଗୀରଥିଙ୍କ ବାପା ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତେଣୁ ଆସିକା ପୋଲିସ ଶବକୁ ଜବତ କରି ବ୍ୟବଛେଦକ ପାଇଁ ପଠାଇଛି।ସବ ବ୍ୟବଛେଦକ ପରେ ମୃତୁର ପ୍ରକୃତ କାରଣ ଜଣା ପଡିବ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here