କୁଲାଡ ଠାରେ ଭଞ୍ଜ ଜୟନ୍ତୀ ପାଳନ

0
358

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଓଡିଶା ସଙ୍ଗୀତ ନାଟକ ଏକାଡେମୀ,ଭୁବନେଶ୍ବର ଓ ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ,କୁଲାଡ ର ମିଳିତ ଆନୁକୁଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମସ୍ଥାନ କୁଲାଡ ଠାରେ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିରୂପେ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ,ମୁଖ୍ୟ ବକ୍ତା ରୂପେ ପ୍ରଫେସର ଡକ୍ଟର ବାଉରୀବନ୍ଧୁ ସାହୁ, ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ କୁଲାଡର ସଭାପତି ଡକ୍ଟର ଶାନ୍ତନୁ କୁମାର ରଥ ପ୍ରମୁଖ ମଞ୍ଚାସୀନ ରହି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଓ ସାରସ୍ବତ ସାଧନା ସଂପର୍କରେ ଆଲୋକପାତ କରିଥିଲେ। ଲକ୍ଷ୍ମଣ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମାନପତ୍ର ପଠନ କରିଥିଲେ ଘୁମୁସର ସଂବାଦର ସଂପାଦକ ଶ୍ରୀ ନେତାଜୀ ବିଷୋୟୀ । ଏହି ଅବସରରେ ବିଶିଷ୍ଟ ସାରସ୍ବତ ସାଧକ ତଥା ଭଞ୍ଜ ଗବେଷକ ଶ୍ରୀ କମ୍ବୁପାଣି ସାମନ୍ତ ଓ ସାହିତ୍ୟିକ ମୋତିଲାଲ ପତିଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ଲୋକ ନାଟ୍ୟ କଳାକାର ଶ୍ରୀ ଜଗଦିଶ ପାଣିଗ୍ରାହି,ବରିଷ୍ଠ ସାହିତ୍ୟିକ ଶ୍ରୀସୋମନାଥ ନାୟକ,ଶ୍ରୀ ତ୍ରିନାଥ ଗୌଡ,ବରିଷ୍ଠ କବି ରବୀନ୍ଦ୍ରନାଥ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଭଞ୍ଜ ସଂଗୀତ ଗାନ କରାଯିବା ସହ ବହୁ କବି,ଲେଖକ ତଥା କୁଲାଡ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପ୍ରକାଶ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here