ପାଞ୍ଚ ପଞ୍ଚାୟତ ବୁଲିଲେ ଜିଲ୍ଲାପାଳ।

0
267

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାପାଳ ବିଜୟଅମୃତ କୁଲାଗେଂ କୁକୁଡାଖଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ସମସ୍ୟା ବୁଝିଥିଲେ I ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠି,ଲୋଚାପଡ଼ା,ନିମଖଣ୍ଡି,ବୋରିଙ୍ଗା ଓ ହୁଗୁଳାପଟ୍ଟା ପଞ୍ଚାୟତର ପାନୀୟଜଳ ସମସ୍ୟା ସମେତ କୃଷି ଓ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ I ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କିପରି ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରିବ I ଗ୍ରୀଷ୍ମ ଋତୁ ଆସୁଥିବା କାରଣରୁ ପୋଖରୀ ଶୁଖିବା ସହ ଉତ୍କଟ ପାନୀୟ ଜଳ ଅଭାବ ବହୁ ମାତ୍ରାରେ ଦେଖାଦେଲାଣି କିପରି ସମସ୍ତ ସମସ୍ୟା ଦୂର ହୋଇପାରିବ ସେ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଅଧାପନ୍ତରିଆ କାର୍ଯ୍ୟ ସମେତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ I ପରିଶେଷରେ ନିମଖଣ୍ଡି ବିଦ୍ୟାଳୟ ପରିଦର୍ଶନ କରି କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା କିପରି ଚାଲିଚି ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ପଚାରି ବୁଝିବା ସହ ବିଦ୍ୟାଳୟ ଭିତିଭୂମି ପରଖି ଥିଲେ I ଅନ୍ୟମାନଙ୍କ ମଧ୍ୟରେ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଏସ. ଗିରିଧର ସମେତ ତହସିଲଦାର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ Iଜିଲ୍ଲାପାଳ କଂ ଏପରି ଅଚାନକ ଗୋପାଳପୁର ନିବାଚନ ମଣ୍ଡଳୀ ଗସ୍ତ କୁ ନେଇ ଚଚ୍ଚା ଜୋର ଧରିଛି।

ରିପୋର୍ଟ :ଉମା ଶଙ୍କର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here