କୋଦଳା ତହସିଲରେ ବଢ଼ୁଛି ବେଆଇନ ଇଟାଭାଟି: ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ଅଞ୍ଚଳବାସି

0
273

କୋଦଳା(ଦକ୍ଷିଣ ଓଡିଶା ମୁଖ୍ୟ) ଦିନକୁ ଦିନ ବିଭିନ୍ନ ସ୍ଥାନରେ ଖୁଲମଖୁଲା ବେଆଇନ ଇଟାଭାଟି ମାନ ଗଢ଼ି ଉଠୁଛି। ତା ସହ ମଧ୍ୟ ରାଜସ୍ୱ ଫାଙ୍କି ହେଉଥିବା ଦେଖିବାକୁ ମିଳୁଛି। ଠିକ ସେହିପରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକୁ ଅମାନ୍ୟ କରି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଞ୍ଚଳର ପ୍ରାୟ ସ୍ଥାନରେ ଇଟା ପୋଡା ଆରମ୍ଭ ହୋଇଛି। ମାଲିକ ମାନେ ମଧ୍ୟ ସ୍ଥାନୀୟ ତହସିଲକୁ ରାଜସ୍ୱ ଫାଙ୍କି ମାଲାମାଲ ହେଉଛନ୍ତି। କେତେକ ଭାଟିରେ ଇଟା ସଂଖ୍ୟା କମ୍ ଦେଖାଇ ମଧ୍ୟ ରାଜସ୍ୱ ଫାଙ୍କୁଛନ୍ତି। ସୂଚନା ଅନୁଯାୟୀ ଜାତୀୟ ଗ୍ରୀନ ଟିବ୍ୟୁନାଲ ଇଟାଭାଟିକୁ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏଥିସହ ରାଜ୍ୟ ସରକାର ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି ବନ୍ଦ ନିର୍ଦେଶ ଦେଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଇଟାଭାଟି ମାଲିକଙ୍କ ସଲାସୁତୁରା ପାଇଁ ତାହା ସମ୍ଭବପର ହେଉନାହିଁ ଓ ଆଇନ ଉଲଂଘନ ହେଉଥିବା ଦେଖିବାକୁ ମିଳୁଛି। କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ବିଭିନ୍ନ ନଦୀପଠା, ଚାଷ ଜମିରେ ଗଢ଼ି ଉଠିଛି ୩୦ ରୁ ଅଧିକ ବେଆଇନ ଇଟାଭାଟି l ଜଣ ଜଣ ମାଲିକ ମାନଙ୍କର ୩ ରୁ ଅଧିକ ଲେଖାଏଁ ବେଆଇନ ପୋଡ଼ା ଇଟାଭାଟି ଥିବାର ବିଶେଷ ସୂତ୍ରରୁ ପ୍ରକାଶ l ଏବଂ ସିମେଣ୍ଟ ଇଟା କୌଣସି କାର୍ଯ୍ୟରେ ଲାଗୁନଥିବା ଜଣାଯାଇଛି l ବେଆଇନ ମାଟି ଇଟା ପୋଡି ଦଲାଲମାନେ ଲକ୍ଷାଧିକ ଟଙ୍କା ରୋଜଗାର କରି ସଫଳ ହେଉଥିବା ଅନୁମାନ କରାଯାଇଛି l ସେହି ଇଟାଭାଟି ମାନଙ୍କରେ କାମ କରୁଥିବା ଶ୍ରମିକମାନଙ୍କୁ କି କି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ତାହା ମଧ୍ୟ ତଦନ୍ତ ସାପେକ୍ଷ l ଏବଂ କୁନି କୁନି ପିଲା ମଧ୍ୟ କାମ କରୁଥିବାର କେତେକ ଇଟାଭାଟି ମାନଙ୍କରେ ଦୃଶ୍ୟମାନ ହେଉଛି l ଏ ବାବଦରେ ଆମ ପ୍ରତିନିଧି କୋଦଳା ତହସିଲଦାର ଶ୍ରୀ ଅବନୀ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଇଟାଭାଟି ମାନଙ୍କରେ ଶିଶୁ ଶ୍ରମିକମାନେ କେବଳ ସେଠାରେ ଉପସ୍ଥିତ ଥିବାର ଦେଖିଛୁ କିନ୍ତୁ କାର୍ଯ୍ୟରେ ଲିପ୍ତ ଥିବାର ଦେଖିନାହୁଁ। ଏ ପରିପ୍ରେକ୍ଷୀରେ ଅଳ୍ପ କିଛି ଫାଇନ ଆଦାୟ ହେଉଥିବା ଜଣାଯାଇଛି l ଏଭଳି ସ୍ଥଳେ ରାଜସ୍ବକୁ କ୍ଷତି ପହଞ୍ଚାଉଛି l ଏଣୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି, କିଛି ଦୁର୍ଘଟଣା ଘଟିଲେ ଏଠାରେ କାମ କରୁଥିବା ଶ୍ରମିକମାନେ ସୁରକ୍ଷିତ ରହିବେ ତ l ଏବଂ ବେଆଇନ ଇଟାଭାଟି ଫଳରେ ଜମିର ଉର୍ବରତା ହ୍ରାସ ପାଇବା, ବେଆଇନ ଶ୍ରମିକ ନିୟୋଜିତ ହେବା,ନାବାଳକଙ୍କୁ କାମରେ ଲଗାଇବା, ପରିବେଶ ପ୍ରଦୂଷଣ ସହ ଧାରା ୨୧ ଓ ଜଳ ପ୍ରଦୂଷଣର ଧାରା ୨୬ ପିସିପି ୧୯୭୪ ସମ୍ପୂର୍ଣ୍ଣ ଉଲଂଘନ ହେବ ଆଦି। ଇଟାଭାଟିରୁ ବାହାରୁଥିବା ଧୂଆଁ ପ୍ରଭାଵରେ ଲୋକେ ବିଭିନ୍ନ ଚର୍ମ ରୋଗ,କାଶ,ଆଖିରୁ ଲୁହ ବାହାରିବା ଓ ପେଟ ଯନ୍ତ୍ରଣା ଭଳି ବିଭିନ୍ନ ରୋଗମାନ ଆକ୍ରାନ୍ତ ହେବାର ସମ୍ଭାବନା ରହୁଛି। ଏବଂ ଏଭଳି ବେଆଇନ ଇଟାଭାଟି ଉପରେ ସ୍ଥାନୀୟ ପ୍ରଶାସନର ଆଦୌ ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି l ଏଣୁ ଏ ଦିଗରେ ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଦେଇ ବେଆଇନ ଇଟାଭାଟି ବନ୍ଦ କରିବା ସହ ମାଲିକ ମାନଙ୍କ ଉପରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି ହୋଇଛି l

LEAVE A REPLY

Please enter your comment!
Please enter your name here