କୁକୁଡ଼ାଖଣ୍ଡି ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳିତ।

0
365

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) କୁକୁଡ଼ାଖଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି।କୁକୁଡ଼ାଖଣ୍ଡି ବ୍ଲକ ବିଡିଓ ଗଦାଧର ପାତ୍ରଙ୍କ ଅଧକ୍ଷତାରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀ ପ୍ରିୟା ସାହୁ,ବିଇଓ ଏସ୍.ଗିରିଧାରୀ,ପୂର୍ବତନ ଡବ୍ଲୁଇଓ ଉପେନ୍ଦ୍ର କର, ଜିପିଇଓ କାନୁଚରଣ ବେହେରା,ଆକାଉଣ୍ଟ ସୀମାଞ୍ଚଳ ମସ୍ତି ପ୍ରମୁଖ ମଞ୍ଚାସିନ ଥିଲେ।ବୈଠକ ପୂର୍ବରୁ ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ବୈଠକ ଆରମ୍ଭ କରିଥିଲେ।ରାଜ୍ୟ ସରକାରଙ୍କ ବିଭିନ୍ନ କାଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିଲେ।ଏବଂ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତସ୍ତରୀୟ ବିଭାଗରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଚେଷ୍ଟା କରିବାକୁ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ବିଡ଼ିଓ ଗଦାଧର ପାତ୍ର।ତେବେ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ, ବ୍ଲକ ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର,ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର, ବରିଷ୍ଠ ବିଜେଡି ନେତା ଜତୀନ୍ଦ୍ର ପାତ୍ର,ପୂର୍ବତନ ବିଡିଏ ଅଧ୍ୟକ୍ଷ କୈଳାଶ ରଣା,ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ସରପଞ୍ଚ ସାରଥୀ ଗୌଡ଼,ସୀତାରାମ ସାହୁ, ହାଡୁବନ୍ଧୁ ବେହେରା,ଶିଵରାମ ମହାରଣା,ପ୍ରଶାନ୍ତ ସ୍ବାଇଁ, ରଙ୍କନିଧି ପଣ୍ଡା,ମିନତୀ ପାତ୍ର,ବିଜେଡି ନେତା ରବୀନ୍ଦ୍ର ମହାରଣା,ନରସିଂହ ସାହୁ,ଏମ୍.ବିସିକେସନ,ଲକ୍ଷ୍ମୀ ସ୍ବାଇଁ, ରାଧାରାଣୀ ଜେନା,ଭିନ୍ନକ୍ଷମ ନେତା କେ.ମଣିବାବୁ,ସୀତା ରାଉଳ, ଗୋବିନ୍ଦ ଗୌଡ଼, ବୁଲୁ ଗୌଡ଼,ବିଭାଗୀୟ ଅଧିକାରୀ ସାହେବ ଶବର,ପିଇଓ ଅଶୋକ କୁମାର ପଟ୍ଟନାୟକ,ସଞ୍ଜୟ କୁମାର ସାହୁଙ୍କ ସମେତ ଅନ୍ୟ ସରପଞ୍ଚ ,ସମିତି ସଭ୍ୟ, ବ୍ଲକ ଜେଇଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଜୁବାବୁଙ୍କ ଗୁଣଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here