ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମିତଲ୍ ଟ୍ୟୁଟୋରିଆଲ୍ ଛାତ୍ରଙ୍କ କୃତିତ୍ୱ

0
256

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କ୍ଷତ୍ରିୟବରପୁର ସ୍ଥିତ ମିତଲ୍ ଟ୍ୟୁଟୋରିଆଲ୍ ର ଛାତ୍ର ଶିବାନନ୍ଦ ଖଟୁଆ କୃତିତ୍ୱ ହାସଲ କରିଛନ୍ତି I ସୂଚନା ପ୍ରକାରେ ଘୋଳପୁର ଗ୍ରାମର ବସନ୍ତ କୁମାର ଖଟୁଆ ଏବଂ ରୀତାଞ୍ଜଳି ଖଟୁଆଙ୍କ ସୁପୁତ୍ର ଅନୁଷ୍ଠିତ ବୃତ୍ତି ପରୀକ୍ଷାରେ ମୋଟ 100 ନମ୍ବର୍ ରୁ 61 ନମ୍ବର୍ ରଖି ବୃତ୍ତି ଲାଭ କରିଛନ୍ତି କରିଛନ୍ତି I ବର୍ତ୍ତମାନ ଶିବାନନ୍ଦ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସେ ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମିତଲ୍ ଟ୍ୟୁଟୋରିଆଲ୍ ର ଶିକ୍ଷକ ଗଙ୍ଗାଧର୍ ରଣାଙ୍କୁ ଦେଇଛନ୍ତି I ଶିବାନନ୍ଦଙ୍କ ଏହି ସଫଳତା ତାଙ୍କ ପରିବାର, ବିଦ୍ୟାଳୟ ଏବଂ ଟ୍ୟୁଟୋରିଆଲ୍ ରେ ଖୁସିର ଲହରୀ ଖେଳାଇଦେଇଛି I

LEAVE A REPLY

Please enter your comment!
Please enter your name here