ଗଡ଼ଦାମୋଦର ପଲ୍ଲୀରେ ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ

0
358

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ନିକଟସ୍ଥ ଗଡ଼ ଦାମୋଦର ପଲ୍ଲୀ ଗ୍ରାମରେ ଆଜି ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ସୁରେନ୍ଦ୍ର ନାଥ ଗୌଡ଼ ଉଦଘlଟନ କରିଥିବା ବେଳେ ସନ୍ନମlନୀତ ଅତିଥି ଭାବେ ଗ୍ରାମ୍ୟ ସଭାପତି ସୂର୍ଯ୍ୟନାରୟଣ ସାହୁ, ଭଗବାନ ଖଟାଇ ଯୋଗ ଦେଇ ଥିଲେ l ଟୁର୍ଣ୍ଣାମେଣ୍ଟ ପରିଚାଳନା ବିନାୟକ ଯୁବକ ସଙ୍ଘ କରି ଥିବା ବେଳେ ଆଜି ର ଖେଳ ପରିଚାଳନା ଚନ୍ଦନ କୁମାର ସାହୁ ଓ ରବିନ୍ଦ୍ର ନାଥ ନାୟକ ଦ୍ୱlରା ପରିଚାଳିତ ହୋଇଥିଲା l ଉଦଘାଟନୀ ମ୍ୟାଚ ରେ ଧରାକୋଟ ଓ ହାଡ଼ିଚିରl ସାମ୍ନା ସାମନି ହୋଇଥିଲେ l ଏଥିରେ ଧରାକୋଟ ପ୍ରଥମେ ବ୍ୟାଟିଂ କରି ବାର ଓଭର ରେ ଛସଠି ରନ ସଂଗ୍ରହ କରିଥିବା ବେଳେ ହାଡ଼ିଚିରା ଏହାର ପିଛା କରି ପରିଶେଷରେ ପାଞ୍ଚ ରନ ରେ ପରାଜୟ ବରଣ କରି ଥିଲା l ଏ ଥିରେ ଟୁନା ଗୌଡ଼, ଶିବ ନାରୟଣ ଗୌଡ଼, ଦେବାଶିଷ ସାହୁ, ସଞ୍ଜୟ କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ l କୋଭିଡି ନିୟମ ଅନୁଯାଇ ଖେଳ ପରିଚାଳନା କରାଯାଇଥିଲା l

LEAVE A REPLY

Please enter your comment!
Please enter your name here