ଭଞ୍ଜନଗର ରେ ୩୨ ତମ ସଡକ ସୁରକ୍ଷା ମାସର ଶେଷ ଦିବସ ପାଳନ

0
838

ଭଞ୍ଜନଗର (ନିଲୁ ବିଷୋୟୀ) ଭଞ୍ଜନଗର ଉପଖଣ୍ଡ ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷା ଏବଂ ନିରାପଦ ଗାଡ଼ି ଚାଳନା ଉପରେ ସଚେତନ କରିବା ପାଇଁ ଭଞ୍ଜନଗର ଆଂଚଳିକ ପରିବହନ କାଯ୍ୟାଳୟ ପକ୍ଷରୁ ଦୀର୍ଘ ଏକ ମାସ ଧରି ଚାଲିଥିବା ସଡକ ସୁରକ୍ଷା କାଯ୍ୟକ୍ରମର ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି। ଭଞ୍ଜନଗର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟଆନ୍ସ ସ୍କୁଲ ଓ ଦୀନ ବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭଞ୍ଜନଗର ସହର ନିକଟସ୍ଥ ସେଣ୍ଟଆନ୍ସ ସ୍କୁଲରେ ୩୨ତମ ସଡକ ସୁରକ୍ଷା ମାସ ପାଳନର ଶେଷ ଦିବସ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼. କୃତିବାସ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ଭଞ୍ଜନଗର ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଧୁ ରଞ୍ଜନ ରାୟ,ବିଦ୍ୟାଳୟ ଅଧ୍ୟକ୍ଷା ବିଜୟଲଷ୍ମୀ ,ସମାଜ ସେବୀ ଶୂଳପାଣି ଶତପଥୀ, ପଞ୍ଚାନନ ପାଳ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ ପରେ କାଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଶିକ୍ଷୟତ୍ରୀ ବିଘ୍ନେଶ୍ୱରୀ ସାହୁ ସତର୍କ ଗାଡି ଚାଳନା ଉପରେ ଏକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସଚେତନତା କରାଇଥିଲେ। ମୁଖ୍ୟ ଅତିଥି ଓ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରାୟ ସଡକ ସୁରକ୍ଷା ସମ୍ପର୍କିତ ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିବା ସହ ସୁରକ୍ଷା ନେଇ ସଚେତନତା କରାଇଥିଲେ। ଶୂଳପାଣି ଶତପଥୀ ଉପସ୍ଥିତ ସମସ୍ତଙ୍କୁ ସଡକ ସୁରକ୍ଷା ଶପଥ ପାଠ କରାଇଥିଲେ। କାଯ୍ୟକ୍ରମକୁ ଶିକ୍ଷୟତ୍ରୀ କାଜଲ ନାୟକ ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ରଶ୍ମି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କାଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।ସେହିପରି ଦିନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ପଣ୍ଡା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଏବଂ ସମ୍ମାନୀତ ଅତିଥି ଭାବେ କବି ନନ୍ଦ କିଶୋର ପ୍ରଧାନ, ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇ ନୂତନ ସଡ଼କ ସୁରକ୍ଷା ଆଇନ୍ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ଛାତ୍ର ଛାତ୍ରୀମାନେ ହିଁ ସଚେତନ ହୋଇ ନିଜ ପରିବାର ସଦସ୍ୟ ଏବଂ ଅଭିଭାବକମାନଙ୍କୁ ସଚେତନ କରାଇପାରିବେ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁନୀଲ କୁମାର ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ସେଣ୍ଟ୍ଆନ୍ସ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଘ୍ନେଶ୍ୱରୀଙ୍କୁ ସଡ଼କ ସୁରକ୍ଷା ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here