ନିଆଁ ଲାଗି ଜଳିଗଲା ପାଳଗଦା

0
493

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଚିକିଲି ଗ୍ରାମର ଅଜୁଦ ଗୌଡ଼ ଙ୍କ ଗୋଟେ ପାଳଗଦା ରେ ନିଆଁ ଲାଗି ରବିବାର ଅପରାହ୍ନ ୧ ଘଣ୍ଟା ସମୟରେ ପୋଡିଯାଇଥିବା ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ , ଚିକିଲି ଗ୍ରାମର ଅଜୁଦ ଗୌଡ଼ ଙ୍କ ଏକ ପାଳଗଦାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ସେତେବେଳେ ଅଜୁଦ ଘରେ ନଥିଲେ । ଗ୍ରାମର ଲୋକେ ପାଳ ଗଦାରୁ ଧୂଆଁ ବାହାରୁଥିବା ଦେଖି ଅଜୁଦ କୁ ଖବର ଦେଇଥିଲେ । ଅଜୁଦ ଓ ଗ୍ରାମବାସୀ ମିଶି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁ ବଢିଯିବାରୁ ସେ ଡାବୁଗାଁ ଅଗ୍ନିଶମ କେନ୍ଦ୍ର କୁ ଖବର ଦେଇଥିଲେ । ଖବର ପାଇଁ ଡାବୁଗାଁ ଅଗ୍ନିଶମ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ ।

LEAVE A REPLY

Please enter your comment!
Please enter your name here