ଘୁମୁଷର ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
285

ଆସିକା(ଜଗନ୍ନାଥ ସାହୁ) ଆସିକା କନ୍ୟକାପରମେଶ୍ବରୀ ମନ୍ଦିର ପରିସରେ ଭାରତୀୟ ଜନତା ପାର୍ଟି ଘୁମୁଷର ଗଞ୍ଜାମ ପକ୍ଷରୁ ସାମ୍ବାଦିକ ସମ୍ମିଳନି।ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିଜେପି ନେତା ତଥା ଘୁମୁଷର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ପୁର୍ବତନ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆଗକୁ ପଞ୍ଚାୟତ ନିର୍ବାଚନ ଥିବା କାରଣରୁ ବିଜେଡି ପକ୍ଷରୁ ଗ୍ରାମାଞ୍ଚଳ ମାନନଙ୍କରେ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ଚର୍ଚ୍ଚା ହେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଜେପି ନେତୃବୃନ୍ଦ।ବିଭିନ୍ନ ସରକାରୀ ଯୋଜନା ସଠିକ ହିତାଧିକାରୀଙ୍କ ନିକଟରେ ନ ପହଞ୍ଚି ହରିଲୁଟ୍ ହେଉଅଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।ପରୀ ହତ୍ୟାକାଣ୍ଡ ମାମଲା ହେଉ କିମ୍ବା ମହାଙ୍ଗାର କୁଳମଣି ବରାଳ ହତ୍ୟାକାଣ୍ଡ ବା ୫୦୦୦ ହଜାର ଶିଶୁ ନିଖୋଜ ହେବା ଘଟଣା ସବୁକିଛି ସରକାରଙ୍କ ଅପାରଗତାର ପ୍ରମାଣ ପ୍ରତିପାଦନ କରୁଅଛି ବୋଲି କହିଛନ୍ତି ବିଜେପି ନେତା ଗୋକୁଳାନନ୍ଦ ମାଲିକ।ରାଜ୍ୟ ସରକାର ବିଭିନ୍ନ ଅନ୍ୟାୟ, ଅତ୍ୟାଚାର,ରାଜନୈତିକ ହିଂସା,ଦୁର୍ନୀତି ଓ ପିସି କାରବାରରେ ଲିପ୍ତ ରହିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଜେପିର ଆଗଧାଡିର ବିଜେପି ନେତା।ପୋଲିସ ପ୍ରଶାସନ ଏଭଳି କାର୍ଯ୍ୟ କଳାପକୁ ଦମନ କରାବା ଲାଗି ତତ୍ପର ହେଉବୋଲି ଜଣାଇଛନ୍ତି ଉପସ୍ଥିତ ବିଜେପି ନେତା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଦେବରାଜ ମହାନ୍ତି,ଭାରତୀ ବେହେରା,ଗୋକୁଳାନନ୍ଦ ମଲ୍ଲିକ,ମହେଶ କୁମାର ମହାନ୍ତି,ରଞ୍ଜନ କୁମାର ତରାଇ,ସୂର୍ଯ୍ୟ ନାରାୟଣ ଦାସ,ଯୋବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା,ଦୀପକ ପ୍ରଧାନ,ଅନୀଲ,ପଣ୍ଡା,ରଞ୍ଜନ ରାଉତ,ନାରାୟଣ ବେହେରା,ଗୋପାଳ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here