ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ

0
324

କୋଦଳା(ଭଞ୍ଜ କିଶୋର ମହାରଣା) ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେବାର ପ୍ରମାଣ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । କେତେକ ସ୍ଥାନରେ କାମ ନ କରି ମଧ୍ୟ ଟଙ୍କା ଚଳୁ କରିଦେଇଛନ୍ତି । ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି । ଏ ସଂପର୍କିତ ଭିଡିଓ ଟିଭି ଚ୍ୟାନେଲ,ଖବର କାଗଜ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ମଧ୍ୟ ହେଉଛି ।ସେଭଳି ବେଗୁନିଆପଡା ବ୍ଲକ କାଲିମେଘି ପଞ୍ଚାୟତ ଓ ବେରୁଆଁବାଡ଼ି ପଞ୍ଚାୟତ ରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଉଛି ମନରେଗା ଦୁର୍ନୀତି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। କିନ୍ତୁ ନିର୍ଦ୍ଦିଷ୍ଟ ଏ ପ୍ରଶ୍ନର ଉତର ନଦେଇ ଜେଇ ମହାଶୟ ନରହରି ମୁଣ୍ଡୁଆ ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ କଥା କହୁଛନ୍ତି। କୋଭିଡର ଆଳ ଦେଖାଇ ଏବେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ପାଇଁ ବିଧିବଦ୍ଧ ଯୋଜନା ଚାଲୁଚି।ଫଚାୟତଗୁଡିକରେ ମନରେଗା କାର୍ଯ୍ୟରେ କେତେ ସ୍ଵଚ୍ଛତା ରହିଛି ରାଜ୍ୟ ସରକାର ତାହା ଲୋକଲୋଚନକୁ ଆଣନ୍ତୁ ବୋଲି ଜନସାଧରଣ ଦାବି କରୁଛନ୍ତି। କାହିଁକି ନା କୋଭିଡ଼-୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ଶ୍ରମିକମାନଙ୍କୁ ନିୟୋଜିତ କରିବାକୁ ପ୍ରସାସନ ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ଶ୍ରମିକଙ୍କ ଟଙ୍କା ଚଞ୍ଚକତା ହେବାରେ ଲାଗିଛି। ବେରୁଆବାଡ଼ି ବନ୍ଧ ପୁନରୁଦ୍ଧାର ରେ ଗୋଟିଏ ରେ ଫଳକ ଲାଗିଥିବା ବେଳେ ଅନ୍ୟ ଗୋଟିଏ ରେ ଏଯାବତ ଫଳକ ଲାଗିନାହିଁ। ଏହି କାମ ପାଇଁ କେତେ ଟଙ୍କା ଆସିଛି ସେ ବାବଦରେ ପଚାରିଲେ ମଧ୍ୟ ସଠିକ ଭାବେ ତଥ୍ୟ ମଧ୍ୟ ପ୍ରଦାନ କରୁନାହାନ୍ତି। ଠିକ ସେହିଭଳି କାଲିମେଘି ପଞ୍ଚାୟତ ରେ ମଧ୍ୟ ଯେତେକ ଶ୍ରମିକ କାମ କରିବା କଥା ତା ଠାରୁ କମ୍ ଶ୍ରମିକଙ୍କୁ ନେଇ କାମ କରାଉଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କିଛି ଅଣ ହିତାଧିକାରୀ ଓ ଅଣଶ୍ରମୀକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଛି ଓ ହାତଗୁଂଜା ଦେଇ ସେମାନଙ୍କୁ ରଖାଯାଉଛି।ଗ୍ରାମରେ ଅନେକ ଶ୍ରମିକ ଶ୍ରେଣୀର ଲୋକ ରହୁଥିଲେ ମଧ୍ୟ ହାତଗଣତି ଲୋକଙ୍କୁ ନେଇ କାମ କରାଯାଉଛି।

LEAVE A REPLY

Please enter your comment!
Please enter your name here