ଦୀର୍ଘ ୧୧ମାସ ପରେ ପୁଣିଥରେ ବାଲିଗୁଡ଼ା କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା

0
264

ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ) ଦୀର୍ଘ ୧୧ ମାସ ପରେ ଟପ୍ ମାଓ ନେତା ସବ୍ୟସାଚୀ ପଣ୍ଡା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟରେ ହାଜର ହୋଇଛନ୍ତି । ତିନି ଦିନରେ ଚାରୋଟି କେସର ବିଚାର ହୋଇଥିବାବେଳେ ଅନ୍ୟ ତିନୋଟି କେସର ଚାର୍ଜ ପ୍ରେମ୍ ହୋଇଥିବା ଜଣାପଡ଼ିଛି । ବ୍ରାହ୍ମଣୀଗାଁ ଥାନା ବଙ୍ଗଡ଼ଦୁଆ ଘାଟିରେ ଆମ୍ବୁଲାନ୍ସ ବିସ୍ଫୋରଣ ଘଟଣାର ଅଭିଯୋଗ ଧାର୍ଯ୍ୟ ହୋଇଥିବା ବିଶ୍ବସ୍ତ ସୂଚନା ମିଳିଛି । ଏଥିସହିତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ିର ଏକ ହତ୍ୟା ମାମଲାର ମଧ୍ୟ ସାକ୍ଷ୍ୟ ଗ୍ରହଣ ହୋଇଥିବା ଜଣାପଡ଼ିଛି । ଏଥିସହିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ସାକ୍ଷୀ ଚିହ୍ନଟ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ସବ୍ୟସାଚୀଙ୍କ ସମେତ ଅନ୍ୟ ସହ ଅଭିଯୁକ୍ତଙ୍କ ମାମଲାରେ ମଧ୍ୟ ୧୦ଜଣଙ୍କର ସାକ୍ଷ୍ୟ ଗ୍ରହଣ ହୋଇଥିବା ଜଣାପଡ଼ିଛି । ଅନ୍ୟ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ୨୪ ତାରିଖ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ସବ୍ୟସାଚୀ ପଣ୍ଡାଙ୍କ ପକ୍ଷରୁ ବ୍ରହ୍ମପୁରର ଓକିଲ ଦୀପକ ପଟ୍ଟନାୟକ ଓ ସରକାରୀ ଓକିଲ ବିଜୟ ପଟ୍ଟନାୟକ ଏହି କେସର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here