ଭାଲୁ ଆକ୍ରମଣରେ ବୃଦ୍ଧ ଆହତ

0
423

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ସାରଙ୍ଗପଟା ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାଲୁ ଆକ୍ରମଣରେ ମହେଶ୍ବର ମଲ୍ଲିକ (୫୮) ନାମକ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ସୂଚନା ମୁତାବକ ଗାୟାଗଣ୍ଡା ପଂଚାୟତ କଦଳୀଗଡ଼ ଗ୍ରାମର ମହେଶ୍ବର ମଲ୍ଲିକ ସାରଙ୍ଗପଟା ଗ୍ରାମକୁ ନିଜ ବନ୍ଧୁ ଘରକୁ କୌଣସି କାମରେ ଯାଇ ସାଇକେଲ ଯୋଗେ ଫେରୁଥିବା ବେଳେ ନିକଟସ୍ଥ ଏକ ଜଙ୍ଗଲ ରାସ୍ତାରେ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ସେ ଆହତ ହୋଇପଡିଥିବା ବେଳେ ବନ ବିଭାଗର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି ଓ ସେ ବିପଦ ମୁକ୍ତ ଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here