ତାଲା ପଦର ପୋଲ ଭଙ୍ଗା ଘଟଣା ରେ ସହକାରୀ ଯନ୍ତ୍ରୀ ଗିରଫ

0
278

ନବରଙ୍ଗପୁର(କ୍ରିଷ୍ଣା ସାହୁ) ବହୁ ଚର୍ଚ୍ଚିତ ଉମରକୋଟ ତାଲା ପଦର ବିଜୁ ସେତୁ ପୋଲ ଭୂସୁଡିବା ଘଟଣା ରେ ଗିରଫ ହୋଇଛନ୍ତି ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର । ଆଜି ନବରଙ୍ଗପୁର ପୋଲିସ ଅସିତ୍ ଙ୍କୁ ଗିରଫ କରି ଉମରକୋଟ ପୋଲିସ କୁ ହସ୍ତାନ୍ତର କରିଛି । ଗତ 10 ତାରିଖ ଦିନ ସନ୍ଧ୍ୟା ସମୟରେ ଉମରକୋଟ ତାଲା ପଦର ପୋଲ ଭୂସୁଡିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଘଟଣା ର ତଦନ୍ତ ପାଇ ନିର୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଏବଂ ଘଟଣାର ତଦନ୍ତ କରିଥିଲେ ସୁନାବେଡ଼ା ର EC ଏବଂ EIC ସୁରେଶ ମିଶ୍ର । ପରେ ଠିକାଦାର ଆଶିଷ ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର ଙ୍କ ନାମରେ ଉମରକୋଟ ଥାନା ରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ ତିନିଜଣ ଗିରଫ ଭୟରେ ଫେରାର ଥିଲେ। ସହକାରୀ ଯନ୍ତ୍ରୀଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ।

LEAVE A REPLY

Please enter your comment!
Please enter your name here