ମାଣିତରା ପାଞ୍ଚାୟତରେ ନୂତନ ଭତ୍ତା ବଣ୍ଟନ

0
265

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଭତ୍ତା ବଣ୍ଟନ କରିଥିବା ଜଣାପଡିଛି। ମୋଟ ୩୪ ଜଣଙ୍କ ନାମ ମଞ୍ଜୁରି ହୋଇ ଆସିଥିବା ବେଳେ ଡିସେମ୍ବର ୩୦ ତାରିଖ ଦିନ ଉପସ୍ଥିତ ଥିବା ୧୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ହୋଇଥିବା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶାନ୍ତିଲତା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ ଓ ପାଞ୍ଚାୟତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here